ଗଣଶିକ୍ଷା ବିଭାଗରେ ସୃଷ୍ଟି ହେବ ୧୦୦୮ଟି ନୂଆ ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ, ଦିଆଯିବ ନିଯୁକ୍ତି

Odisha Hot News
1 Min Read

ଭୁବନେଶ୍ୱର : ରାଜ୍ୟରେ ଖୁବ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି ୧୦୦୮ଟି ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାରମ୍ଭିକ ପଦ୍ଧତି ଆରମ୍ଭ ହୋଇଛି ।ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଭିନ୍ନ ବିଷୟରେ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରାର୍ଥୀ ଚୟନ କରିବାକୁ ଓଡିଶା ଲୋକସେବା ଆୟୋଗକୁ ସୂଚନା ଦିଆଯାଇଛି। ୨୩ ଗୋଟି ଭିନ୍ନ ଭିନ୍ନ ବିଷୟ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଏହି ନିଯୁକ୍ତି କରାଯିବ।

ରାଜ୍ୟ ସରକାର ଶିକ୍ଷାର ଗୁଣବତ୍ତାକୁ ସୁଦୃଢ କରିବା ପାଇଁ ପ୍ରଚେଷ୍ଟା କରୁଥିବା ବେଳେ ଏହି କ୍ରମରେ ଭିତ୍ତିଭୂମିର ଉନ୍ନତିକରଣ ଏବଂ ଶିକ୍ଷକ ନିଯୁକ୍ତି ଉପରେ ପ୍ରାଧାନ୍ୟ ଦେଇଛନ୍ତି। ଏହି ନିଯୁକ୍ତି ଦ୍ଵାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ପୂରଣ ହେବା ସହିତ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟ ଭିତ୍ତିକ ପାଠ୍ୟକ୍ରମକୁ ସଠିକ୍ ଭାବେ ଅଧ୍ୟୟନ କରିବାର ସୁଯୋଗ ପାଇବେ।

ପୂର୍ବରୁ ୫୦ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମାଧ୍ୟମିକ ବିଦ୍ୟାଳୟରୁ ଉନ୍ନୀତ ହୋଇଥିବା ୧୦୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଏହି ନିଯୁକ୍ତି କରାଯିବ। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଏହି ଚୟନ ଶେଷ ହେବା ପରେ ଉଚ୍ଚ ଶିକ୍ଷା ବିଭାଗରୁ ଆସି ଶିକ୍ଷାଦାନ କରୁଥିବା ଅତିଥି ଅଧ୍ୟାପକମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗକୁ ଫେରାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

Share This Article