ରାସ୍ତା ନିର୍ମାଣ ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ

Odisha Hot News
1 Min Read

ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ପୁରୀ ମେନ ରୋଡ଼ ଗଙ୍ଗୁଆ ବ୍ରିଜ ଠାରୁ କପିଳେଶ୍ୱର ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ସାମନ୍ତରାୟପୁର ଛକଠାରେ ଏକ ବିକ୍ଷୋଭ ଏବଂ ରାସ୍ତାରୋକ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶ କହିଛନ୍ତି ଯେ ଦୀର୍ଘଦିନ ହେଲା ଏହି ରାସ୍ତା ନିର୍ମାଣ ପାଇଁ କପିଳେଶ୍ୱର ଗ୍ରାମବାସୀ ଏବଂ ଏ ଅଂଚଳର ସାଧାରଣ ଜନତା କ୍ରମାଗତ ଭାବେ ଦାବି କରିଆସୁଛନ୍ତି।

୨୦୦୭ ମସିହାରେ ତତ୍‌କାଳନୀନ କପିଳେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଉକ୍ତ ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଉକ୍ତ ରାସ୍ତା କେବେ କରାଯିବ ଏହାର ନିର୍ଦ୍ଦିଷ୍ଟ ସମୟ ପ୍ରଶାସନ ଜଣାଇବାପାଇଁ କପିଳେଶ୍ୱର, ସୁନ୍ଦରପଦା, ସମାନ୍ତରାପୁର, ନୂଆଗାଁ, ଇଟିପୁର, ଜୟପୁର ଓ ଭୁବନେଶ୍ୱରର ବାସିନ୍ଦା ମାନେ ଦାବି କରୁଛନ୍ତି । ସରକାର ଏହି ଦାବିକୁ ଉପେକ୍ଷା କଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଶ୍ରୀ ରାଉତରାୟ ଚେତାଇ ଦେଇଥିଲେ। ଏହି ଅବସରରେ ପୁରୀ ଭୁବନେଶ୍ୱର ମୁଖ୍ୟରାସ୍ତାକୁ ସାମନ୍ତରାୟପୁର ଠାରେ ପ୍ରାୟ ଦୁଇଘଂଟା ଧରି ଅବରରୋଧ କରାଯାଇଥିଲା।

Share This Article