ଜଗନ୍ନାଥ ଭକ୍ତଙ୍କ ପାଇଁ ଖୁସି ଖବର, ରାଜ୍ୟ ସରକାର ଆଣୁଛନ୍ତି ସବୁ ଜିଲ୍ଲାରୁ ସିଧା ପୁରୀକୁ ବସ ସେବା

Odisha Hot News
1 Min Read

ଭୁବନେଶ୍ବର: ରାଜ୍ୟ ସରକାର ଲକ୍ଷ୍ମୀ ବସ ସେବା ପରେ ଖୁବ ଶିଘ୍ର ଆଉ ଏକ ନୂଆ ଯୋଜନା ଆଣୁଛନ୍ତି। ତାହା ହେଲା ଏଥର ସିଧା ଜିଲ୍ଲା ମୁଖ୍ୟାଳୟରୁ ବସ ଯୋଡିବ ପୁରୀ। ଏ ନେଇ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଯୋଜନା ପ୍ରସ୍ତତ କରିଛନ୍ତି। ଏହି ଯୋଜନା ପାଇଁ ମୋଟ ୧୨୨ ଟି ବସ କିଣାଯିବ। ଏଥିପାଇଁ ୨୬୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି।

ଏହି ଯୋଜନା ବା ବସ ନାମ ଜଗନ୍ନାଥ ଏକ୍ସପ୍ରେସ ରଖାଯାଇଛି। ଏହା ଜିଲ୍ଲା ମୁଖ୍ୟାଳୟରୁ ପ୍ରତିଦିନ ବାହାରି ଭୁବନେଶ୍ବର ଦେଇ ପୁରୀରେ ରହିବ। ସେଠାରୁ ପୁଣି ଆଉ ଏକ ବସ ବାହାର ୩୦ ଜିଲ୍ଲା ମୁଖ୍ୟାଳୟକୁ ଯିବ। ପୂର୍ବରୁ ଲକ୍ଷ୍ମୀ ବସ ଯୋଜନାରେ ବ୍ଲକକୁ ଜିଲ୍ଲା ମୁଖ୍ୟାଳୟ ସହିତ ଯୋଡା ଯାଇଛି। ସେଥିପାଇଁ ଯେଉଁ ଯାତ୍ରୀ ପୁରୀ ଆସିବେ ସେମାନେ ସିଧା ବ୍ଲକ କାର‌୍ୟ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟ ଏବଂ ସେଠାରୁ ପୁରୀ ଆସିବେ।

ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଆସିବାକୁ ଥିବା ସବୁଠାରୁ ଦାମି ବସ ରହିବ। ଯାହାର ଗୋଟିଏ ବସର ମୂଲ୍ୟ ପାଖାପାଖି ଦୁଇ କୋଟି ହେବ ବୋଲି ଜଣାପଡିଛି। ଏହି ହାଇଟେକ ବସ ମଧ୍ୟରେ କେବଳ ଗରିବ ଯାତ୍ରୀ କାହିଁକି ବହୁ ସାଧାରଣ ବର୍ଗର ଯାତ୍ରୀ ମଧ୍ୟ ଆସିବା ପାଇଁ ଆଗ୍ରହ ପ୍ରକାଶ କରିବେ। ଫଳରେ ପୁରୀକୁ କାର ଓ ଅନ୍ୟାନ୍ୟ ଯାନବାହନ ଭିଡ କମିବ ବୋଲି ସରକାର ଆଶା ରଖିଛନ୍ତି।

Share This Article