ମିଳିତ ଜାତିସଂଘ ସମ୍ମିଳନୀରେ ଓଡିଶା ସଂପର୍କରେ କଣ ମତ ରଖିଲେ କୃଷି ସଚିବ ଅରବିନ୍ଦ ପାଢୀ

Odisha Hot News
1 Min Read

ଭୁବନେଶ୍ବର: ସଦ୍ୟସମାପ୍ତ ମିଳିତ ଜାତିସଂଘର ବାର୍ଷିକ ଜଳବାୟୁ ସମ୍ମିଳନୀ ସିଓପି ୨୮ରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ବୈଶ୍ୱିକ ଦର୍ଶକଙ୍କ ସମ୍ମୁଖରେ କୃଷି ଓ ଖାଦ୍ୟ ପ୍ରଣାଳୀରେ ରୂପାନ୍ତର ସଂପର୍କରେ ଏକ ସନ୍ଦର୍ଭ ଉପସ୍ଥାପନ କରିଛନ୍ତି।

ପୁନରୁତ୍ପାଦନକ୍ଷମ କୃଷି ଏବଂ ପୋଷଣୀୟ ବୃଦ୍ଧି କିପରି କୃଷି କ୍ଷେତ୍ରରେ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ନିର୍ଗମନ ଯୋଗୁ ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକର ସଠିକ୍‌ ମୁକାବିଲା କରିପାରିବା ଦିଗରେ ସକ୍ଷମ ସେ ସଂପର୍କରେ ଦୃଢ଼ ମତପୋଷଣ କରିଥିଲେ।

ଡ. ପାଢ଼ୀ ଜଳବାୟୁ ସହନଶୀଳ ଓ ପୁଷ୍ଟିଶସ୍ୟ ମିଲେଟସ୍‌କୁ ପ୍ରୋତ୍ସାହନ ଦେବା ଦିଗରେ ରାଜ୍ୟ ସରକାରଙ୍କ ଓଡ଼ିଶା ମିଲେଟସ୍‌ ମିଶନ ଓ ଏହାର ସମାବେଶୀ ଦୃଷ୍ଟିକୋଣର ଉଦାହରଣ ଦେଇଥିଲେ। ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ନୀତିନିର୍ଦ୍ଧାରକ, କୃଷି ବିଜ୍ଞାନୀ, ସେ୍ୱଚ୍ଛାସେବୀ ସଂଗଠନ, ଶିକ୍ଷାବିତ୍‌ ପ୍ରମୁଖ ଓଡ଼ିଶାର ଏହି ଉଲ୍ଲେଖନୀୟ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ।

ସୂଚନାଯୋଗ୍ୟ ଯେ ଡ. ପାଢ଼ୀ ନିଜେ ଜଣେ କୃଷି ବିଜ୍ଞାନୀରୁ ସିଭିଲ୍‌ ସର୍ଭାଣ୍ଟ ହୋଇଛନ୍ତି। କୃଷିରେ ଡକଫରେଟ୍‌ ହାସଲ କରିବା ପରେ ଡ. ପାଢ଼ୀ ଯୁକ୍ତରାଜ୍ୟ ଇଂଲଣ୍ଡର ବର୍ମିଂହାମ୍‌ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଗବେଷଣା ପାଇଁ ପରିବର୍ତ୍ତନଶୀଳ ଜଳବାୟୁରେ କୃଷି ନୀତି ଉପରେ ଗବେଷଣା କରିଥିଲେ।

ଜାତିସଂଘର ଏହି ମହତ୍ତ୍ୱପୂର୍ଣ୍ଣ ଅଧିବେଶନରେ ଡ. ପାଢ଼ୀ ଏହି ଉପସ୍ଥାପନା ରାଜ୍ୟ ସରକାରଙ୍କ ବିଭିନ୍ନ ପରିବେଶଜନିତ ନୀତି ସଂପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଛି। ଡ. ପାଢ଼ୀ ବିଭାଗର ସମସ୍ତ ଅଧିକାରୀ ଏବଂ ଅଂଶୀଦାରମାନଙ୍କୁ ଦଳଗତ ପ୍ରଚେଷ୍ଟା ପାଇଁ ଧନ୍ୟବାଦ ଜଣାଇଛନ୍ତି।

Share This Article