ଖୋର୍ଦ୍ଧା: ବ୍ରାଉନସୁଗାର କାରବାର ଅଭିଯୋଗରେ ଚାରି ଅପରାଧି ଗିରଫ, ପିସ୍ତଲ ଏବଂ ଜୀବନ୍ତ ଗୁଳି ଜବତ

Odisha Hot News
1 Min Read

ଖୋର୍ଦ୍ଧା: ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସ ବ୍ରାଉନସୁଗାର କାରବାର ଅଭିଯୋଗରେ ଚାରି ଅପରାଧିଙ୍କୁ ଗିରଫ କରିଛି। ବରୁଣେଇ ମନ୍ଦିର ନିକଟ ଜଙ୍ଗଲରୁ ଉକ୍ତ ଅପରାଧୀମାନେ ଗିରଫ ହୋଇଥିବାବେଳେ ସେମାନଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନ ସୁଗାର ସମେତ ଗୋଟାଏ ପିସ୍ତଲ ଏବଂ ଜୀବନ୍ତ ଗୁଳି ଜବତ କରିଛି ପୋଲିସ।

ଗିରଫ ଅଭିଯୁକ୍ତ ମାନେ ହେଲେ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଗଡ଼ଖୋର୍ଦ୍ଧା ଗ୍ରାମର ଚନ୍ଦନ ନାୟକ ଓରଫ ବଳୁଆ (୨୮), ମୁକୁନ୍ଦପ୍ରସାଦ ଗ୍ରାମର ଫାରୁକ ଖାନ (୨୬), ପୁରୀ ଷ୍ଟେସନ ରୋଡର ଏମ. ରମେଶ ରେଡ୍ଡୀ (୨୩) ଏବଂ ଜଙ୍କିଆ ଥାନା କମାଗୁରୁ ଅଞ୍ଚଳର ମନୋରଞ୍ଜନ ପ୍ରଧାନ (୩୨)। ଅଭିଯୁକ୍ତ ମାନେ ବରୁଣେଇ ମନ୍ଦିର ନିକଟ ଜଙ୍ଗଲରେ ବ୍ରାଉନସୁଗାର ଡିଲ କରୁଥିବା ବେଳେ ମାଡି ବସିଥିଲା ପୋଲିସ।

ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏବଂ ସଦର ଏସଡ଼ିପିଓ ଦିଲ୍ଲୀପ ଦାସଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ତେବେ ଜଙ୍ଗଲର ଫାଇଦା ନେଇ ସମ୍ପୃକ୍ତ ସ୍ଥାନରୁ ଆଉ ପାଞ୍ଚ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।

Share This Article