ଖୋର୍ଦ୍ଧା: ଅବକାରୀ ବିଭାଗକୁ ସଫଳତା, ୧୫ ଲକ୍ଷ ମୂଲ୍ୟର ବ୍ରାଉନ ସୁଗାର ଜବତ, ୩ ଗିରଫ

Odisha Hot News
1 Min Read

ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ଆଜି ଜଟଣୀ ଓ ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜଟଣୀ ସୀତାରାମ ଛକ ଏବଂ ଟାଉନ ଥାନା ଗୁରୁଜଙ୍ଗ ଅଞ୍ଚଳରୁ ସମୁଦାୟ ୧୪୭ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ୭୦ ହଜାର ଟଙ୍କା ହେବ।

ଗିରଫ ଅଭିଯୁକ୍ତ ମାନେ ହେଲେ ଜଟଣୀ ଥାନା ରାଜାବଜାର ଅଞ୍ଚଳର ସଲିମ ଖାନ ଏବଂ ଟାଉନ ଥାନା ଗୁରୁଜଙ୍ଗ ଅଞ୍ଚଳର ବେଣୁଧର ସିଂହ ଓ ସର୍ବେଶ୍ୱର ବେହେରା। ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ୩ ଗୋଟି ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ନୀଳିମା ଜୟନ୍ତୀ ସ୍ୱାଇଁ, ଏସଆଈ ରୋହିତ ଦଣ୍ଡସେନା ଏବଂ ଜଟଣୀ ଓ ସଦର ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Share This Article