ଗଙ୍ଗାଧରପୁର ରେଳ ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନରୁ ଖସି ଯାତ୍ରୀ ଗୁରୁତର

Odisha Hot News
1 Min Read

ଚିଲିକା (ସୀତାରାମ ଅଗ୍ରୱାଲ): ଚଳନ୍ତା ଟ୍ରେନରୁ ଖସି ଜଣେ ଅଜଣା ଯାତ୍ରୀ ଗୁରୁତର ହୋଇପଡିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଅଧିକ ସଂକଟାପନ୍ନ ହେବାରୁ ଯାତ୍ରୀଙ୍କୁ ଭୁବନେଶ୍ୱର ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଆଜି ସନ୍ଧ୍ୟାରେ ଗଙ୍ଗାଧର ପୁର ରେଳ ଷ୍ଟେସନ ନିକଟରେ ଜଣେ ରେଳ ଯାତ୍ରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଚିଲିକା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ.। ଖବର ପାଇ ଅଗ୍ନିଶମ ବାହିନୀର ଯବାନ ମାନେ ଘଟଣା ସ୍ଥଳରେ ପହଁଚି ଗୁରତର ଯାତ୍ରୀଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଗୁରୁତର ଯାତ୍ରୀ ଙ୍କୁ ଭୁବନେଶ୍ୱର  ସ୍ଥାନାନ୍ତର କରାଯାଇଛି। ଗୁରତର ଯାତ୍ରୀଙ୍କର ଡାହାଣ ଗୋଡ଼ ସଂପୂର୍ଣ୍ଣ ଭାବେ ଦୁଇ ଖଣ୍ଡ ହୋଇ ଯାଇଛି। ଯାତ୍ରୀଙ୍କ ର ପରିଚୟ ମିଳି ପାରିନାହିଁ।

Share This Article