ଗଞ୍ଜାମର ହେବ ନାହିଁ ମେରୁଯାତ୍ରା: ଜିଲାପାଳ

Odisha Hot News
1 Min Read

ଛତ୍ରପୁର – ଗଞ୍ଜାମ ଜିଲାରେ ସୋମବାର ହେବାକୁ ଥିବା ମେରୁ ଯାତ୍ରା ହେବ ନାହିଁ। ଏନେଇ ରବିବାର ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। ଏହି ଅବସରରେ ମେରୁ ଯାତ୍ରାକୁ ନେଇ ସେ ଗଞ୍ଜାମବାସୀଙ୍କୁ ଜ଼ିଲାପାଳ ଶୁଭେଚ୍ଛା ଜଣାଇଛନ୍ତି।

ଜିଲାପାଳ କହିଛନ୍ତି, କେହି ଏହି ଯାତ୍ରା ପାଇଁ ଘରୁ ବାହାରିବେ ନାହିଁ। କରୋନା ମହାମାରୀ ରୋକିବା ପାଇଁ ସାମାଜିକ ଦୂରତା ଅବଲମ୍ବନ କରିବା ଜରୁରୀ। ସୁରକ୍ଷିତ ରହିବା ପାଇଁ ହେଲେ ସଂକ୍ରମଣ ଚେନ୍‌କୁ ଭାଙ୍ଗିବାକୁ ପଡ଼ିବ। ଏଥିପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ପାଇଁ ମନ୍ଦିର ଖୋଲାଯିବ ନାହିଁ। କେବଳ ପୂଜକ ମନ୍ଦିରକୁ ଯାଇ ପୂଜା କରିବେ। ପୂର୍ବରୁ ମଧ୍ୟ କରୋନାପାଇଁ ମା ତାରାତାରିଣୀଙ୍କ ଯାତ୍ରା ଓ ଦଣ୍ଡ ଯାତ୍ରାକୁ ବନ୍ଦ କରାଯାଇଥିଲା। ଲକ୍‌ ଡାଉନ୍‌କୁ ଗଞ୍ଜାମବାସୀ ପାଳନ କରନ୍ତୁ। ଏହାକୁ କେହି ଭାଙ୍ଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସତର୍କ କରିଦେଇଛନ୍ତି।

Share This Article
Leave a Comment