ଜଳାଶୟଗୁଡିକର ପୁନରୁଦ୍ଧାର ସହ ରିଚାର୍ଜ ୱେଲ୍ ନିର୍ମାଣ ପାଇଁ ଦିଆଗଲା ପ୍ରଶିକ୍ଷଣ

Odisha Hot News
1 Min Read

ଭୁବନେଶ୍ୱର: ରାଜ୍ୟରେ ସବୁଜ ଜଳବାୟୁ ପାଣ୍ଠି ( ଜିସିଏଫ)ପ୍ରକଳ୍ପର ସଫଳ ଋପାୟନ ଉଦ୍ଦେଶ୍ୟରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ କ୍ଷୁଦ୍ର ଜଳସେଚନ(ଜଳ ସମ୍ପଦ ବିଭାଗ)ର ଅଧିକାରୀମାନଙ୍କ ନିମନ୍ତେ ଏକ ୨ ଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ପ୍ରତାପନଗରୀସ୍ଥିତ ୱାଲମୀ, ଓଡିଶା ଠାରେ ଅନୁଷ୍ଠିତ ହୋଇଅଛି।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ, ସ୍ଵତନ୍ତ୍ର ପ୍ରକଳ୍ପ, ଶ୍ରୀ ଜ୍ୟୋତି ପ୍ରକାଶ ଦାସ (ଆଇ.ଏ.ଏସ), ଯୋଗଦେଇ ଉଦ୍‌ଘାଟନ କରିବା ସହିତ ପ୍ରକଳ୍ପର ସଫଳ ଋପାୟନ ପାଇଁ ବ୍ଳକ ସ୍ତରରେ ଥିବା ଅଧିକାରୀମାନଙ୍କୁ ଦିଶା ନିର୍ଦ୍ଦେଶ ଦିଆଯିବ ବୋଲି ଜଣାଇଥିଲେ ।

‘ୱାଲମୀ’ ର ପ୍ରମୁଖ ପ୍ରଶିକ୍ଷଣ ସଂଯୋଜକ, ଡଃ ସୁଧନ୍ୱା ଚନ୍ଦ୍ର ପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଫେସର ଇଂ ଅରୁଣ ସାମନ୍ତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ‘ସବୁଜ ଜଳବାୟୁ ପାଣ୍ଠି’ର ନୋଡାଲ ଅଫିସର ଇଂ ରଘୁନାଥ ମିଶ୍ର ସମ୍ମାନିତ ଅତିଥି ତଥା ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ।

ପ୍ରକାଶ ଥାଉକି, ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ କ୍ଷୁଦ୍ର ଜଳସେଚନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅଧିକାରୀମାନେ ସେମାନେ କାର୍ଯ୍ୟରତ ସଂପୃକ୍ତ ଅଞ୍ଚଳରେ ଥିବା ଜଳାଶୟଗୁଡିକର ପୁନରୁଦ୍ଧାର କରିବା ସହିତ ‘ରିଚାର୍ଜ ୱେଲ୍’ ନିର୍ମାଣ ପାଇଁ ବ୍ଳକ ସ୍ତରରେ ସଚେତନତା ସୃଷ୍ଟି କରି ଏହି କାର୍ଯ୍ୟକ୍ରମକୁ ଆଗେଇ ନେବେ।

Share This Article