ଆସନ୍ତାକାଲି ଭୁବନେଶ୍ବରରେ ଏକ ଜନଔଷଧି କେନ୍ଦ୍ରକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

Odisha Hot News
1 Min Read

ଭୁବନେଶ୍ବର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବରର ଏକ ଜନ ଔଷଧି କେନ୍ଦ୍ରକୁ ଉଦଘାଟନ କରିବେ। ଏହା ହେଉଛି ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର। ଏହି କେନ୍ଦ୍ର ଭୁବନେଶ୍ବରର ଫରେଷ୍ଟ ପାର୍କ ନିକଟସ୍ଥ ନିର୍ମଳ ପ୍ଲାଜାରେ ଅବସ୍ଥିତ। ଏ ନେଇ ସେଠାରେ ପ୍ରସ୍ତୁତି ଶେଷ ହୋଇଛି।

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଦିନ 11 ଟା ବେଳେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଭୁବନେଶ୍ବରର ଏହି କେନ୍ଦ୍ରକୁ ଉଦଘାଟନ କରିବେ ବୋଲି ଜଣାପଡିଛି। ଆସନ୍ତାକାଲି ମୋଦି ଦେଶରେ ମୋଟ 10 ହଜାର ଜନଔଷଧି କେନ୍ଦ୍ରର ଉଦଘାଟନ କରିବେ। ଏହାଦ୍ବାରା ଏହି ଜନଔଷଧି କେନ୍ଦ୍ର ସଂଖ୍ୟା 25 ହଜାରରେ ପହଞ୍ଚିବ।

Share This Article