ଆନ୍ତର୍ଜାତିକ ମହିଳା ଓ ବାଳିକା ହିଂସା ଦୁରିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ କଞ୍ଚୁଡୁ ଓ ସାରୁ ଗ୍ରାମରେ ୱନ୍ ଷ୍ଟପ୍ ସେଣ୍ଟର୍ ( ସକ୍ଷୀ କେନ୍ଦ୍ର ) ପକ୍ଷରୁ ଆନ୍ତର୍ଜାତିକ ମହିଳା ଓ ବାଳିକା ହିଂସା ଦୁରିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମ ପୁର୍ବରୁ ଉଭୟ ଗ୍ରାମରେ ପ୍ରଥମେ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ସମ୍ପନ୍ନ ପରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।କଞ୍ଚୁଡୁ ପଞ୍ଚାୟତ ରେ ଆଇ ସି ଡ଼ି ଏସ୍ ପରିଦର୍ଶକ ସଞ୍ଜୁକ୍ତା ପ୍ରଧାନ ସଂଯୋଜନା କରିଥିବା ବେଳେ ସାରୁ ପଞ୍ଚାୟତ ରେ ବ୍ଳକ ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଗାଙ୍ଗି ସୁବୁଦ୍ଧି ଓ ପରିଦର୍ଶକ ମମତା ପଣ୍ଡା ସଂଯୋଜନା କରିଥିଲେ।

ଉଭୟ କାର୍ଯ୍ୟକ୍ରମ ରେ “ସକ୍ଷୀ” କେନ୍ଦ୍ର ପକ୍ଷରୁ ଆଇନ ସହାୟିକା ସ୍ନେହମୟୀ ପାଢ଼ୀ, ପରାମର୍ଶଦାତା ପ୍ରିତୀ ସରିତା ଓ କେଶ୍ ୱର୍କର ଆସ୍କିଲା ରାଇକା ପ୍ରମୁଖ ଯୋଗ ଦେଇଥିଲେ ଓ ଆଇନ ସହାୟିକା ସ୍ନେହମୟୀ ପାଢ଼ୀ ଆଜିର ସମାଜରେ ଘଟୁଥିବା ମହିଳା ଓ ବାଳିକା ହିଂସା ଦୁରିକରଣ ବିଷୟରେ ସଚେତନତା କରିବା ସହ ସାଇବର କ୍ରାଇମ,ପୋକ୍ସ ଆଇନ୍ ଘରୋଇ ହିଂସା ଓ ବାଲ୍ୟ ବିବାହ ଦୁରୀକରଣ ବିଷୟରେ ବୁଝାଇଥିଲେ। ଉକ୍ତ ସମସ୍ତ କାର୍ଯ୍ୟକ୍ରମ ରେ ଅଙ୍ଗନବାଡ଼ି ଶିକ୍ଷକ ଓ କର୍ମୀମାନେ ସହଯୋଗ କରିଥିଲେ।

Share This Article