ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୋଲସରା ଥାନା ଅନ୍ତର୍ଗତ ବନ୍ଥପଲୀ ଗ୍ରାମର ସୁଶାନ୍ତ ନାହାକ ନାମକ ଜଣେ ୩୦ ବର୍ଷ ଯୁବକର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ସୁଶାନ୍ତ କୁ ପୋଲସରା ଡାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପୁରୁଷୋତ୍ତମପୁର ଡାକ୍ତରଖାନାକୁ ପଠାଇ ବ୍ୟବଚ୍ଛେଦ ପରେ ଶବକୁ ପରିବାର କୁ ହସ୍ତାନ୍ତର କରି ୭୩୩/୨୪ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟ ପକ୍ଷରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଡାକ୍ତରଖାନାରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
ସଡକ ଦୁର୍ଘଟଣାରେ ଯୁବକଙ୍କ ପ୍ରାଣହାନୀ

You Might Also Like
- Advertisement -
Comment