ଆଇଆଇସିଙ୍କ ଘରୁ ବାହାରିଲା ନଗଦ ୨୫ ଲକ୍ଷ ଟଙ୍କା, ଆହୁରି ଗଣତି ଚାଲିଛି, କାଲି ମିଳିଥିଲା ୭ ଲକ୍ଷ

Odisha Hot News
1 Min Read

ଭୁବନେଶ୍ବର: ଆଜି ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ ଶତପଥୀଙ୍କ ଘରୁ ନଗଦ ୨୫ ଲକ୍ଷ ଟଙ୍କା ଜବତ ହୋଇଛି। ଏହି ଟଙ୍କା କଟକସ୍ଥିତ ତାଙ୍କ ବାସଭବନରୁ ଜବତ କରାଯାଇଛି। ତେବେ ଏହି ଟଙ୍କା ଗଣତି ଶେଷ ହୋଇ ନ ଥିବାରୁ ଆହୁରି ଅଦିକ ହେବ ବୋଲି ଅନୁମାନ କରାଯାଉଛି। ଏଥିସହିତ ତାଙ୍କ ଘରୁ କେତେକ ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି। ଏତେ ଟଙ୍କା ଥାନା ଅଧିକାରୀଙ୍କଠାରୁ ମିଳିବା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଦେଇଛି।

ଗତକାଲି ସେ ବୈପାରୀଗୁଡାରୁ ବସ ଯୋଗେ କଟକ ଆସୁଥିବା ବେଳେ ଭିଜିଲାନସ ଦ୍ବାରା ଧରାପଡିଥିଲେ। ତାଙ୍କ ପାଖରେ ଟଙ୍କା ଅଛି ବୋଲି ଭିଜିଲାନସ ଖବର ପାଇ ତାଙ୍କୁ ବାଟରେ ଜଗି ରହିଥିଲେ। ଜୟପୁରରେ ବସ ଭିତରେ ତାଙ୍କୁ ଚେକ କରିବା ପରେ ତାଙ୍କଠାରୁ ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ମିଳିଥିଲା। ତାଙ୍କୁ ବସରୁ ଓହ୍ଲାଇ ଭିଜିଲାନ୍ସ ଅଫିସକୁ ଅଣାଯାଇଥିଲା।

ଏହାପରେ ତାଙ୍କ ବୈପାରୀଗୁଡା ଥାନା ଅଫିସ ଏବଂ ସରକାରୀ କ୍ବାଟର ଚଢାଉ କରାଯାଇଥିଲା। ଥାନାରୁ ଦେଢ ଲକ୍ଷ ମିଳିଥିବା ବେଳେ ଘରୁ ୩ ଲକ୍ଷ ଟଙ୍କା ମୋଟ ୭ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହି ଟଙ୍କା କେଉଁଠାରୁ ଆସିଲା ତାହାର କୌଣସି ସଠିକ ଉତ୍ତର ଦେଇ ନ ପାରିବାରୁ ଥାନା ଅଧିକାରୀଙ୍କ ଭିଜିଲାନସ ଅଟକ ରଖିଛି।

Share This Article