କାର୍ତ୍ତିକ ପୂର୍ଣ୍ଣିମାରେ ବିଭିନ୍ନ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଲମ୍ବା ଧାଡି

Odisha Hot News
1 Min Read

ରଣପୁର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚଳ ଚଂଚଳ ହୋଇ ଉଠିଥିଲା ସମଗ୍ର ରଣପୁର ଅଂଚଳ। ଭୋରୁ ଭୋରୁ ଶହ ଶହ ଶ୍ରଦ୍ଧାଳୁମାନେ କଦଳୀ ପଟୁକା, ସୋଲ ତିଆରି ଡଙ୍ଗା ନେଇ ପୋଖରୀ, ନଦୀରେ ଭସାଉ ଥିବା ଦେଖିବାକୁ ମିଳିଥିଲା। ରଣପୁରର ଜଗନ୍ନାଥ ମନ୍ଦିର, ତଳ ମଣିନାଗ, ବିଭିନ୍ନ ମଠ, ତଳ ମଣିନାଗ ଓ ଉପର ମଣିନାଗରେ ଭକ୍ତ ମାନଙ୍କର ପ୍ରବଳ ଭିଡ ଲାଗିଥିଲା।

ସେହିପରି ରଣପୁର ଅଂଚଳ ଏକ ଶୈବ କ୍ଷେତ୍ର ହୋଇଥିବାରୁ ରଣପୁରର ପଂଚୁ ମହାଦେବ ତଥା ସ୍ୱପ୍ନେଶ୍ୱର ଦେବ, ଚଣ୍ଡେଶ୍ୱର ଦେବ, ପୁରୁଣାବସନ୍ତ ବାଲୁଙ୍କେଶ୍ୱର, ହରିହରଶ୍ୱର ଓ ଦଣ୍ଡାବାଲୁଙ୍କେଶ୍ୱର ପୀଠରେ ଭିଡ ରହିଥିଲା। ଭକ୍ତ ମାନେ ରାତି ତମାମ୍ ବିଭିନ୍ନ ମଠ ଓ ମନ୍ଦିରରେ ଭିଡ ଜମାଇ ଥିଲେ।

୪୧ ବର୍ଷ ଧରି ରଣପୁରର ସାମୁକାସାହିରେ ହୋଇ ଆସୁଥିବା କାର୍ତ୍ତିକ ପୂଜାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ଆକର୍ଷଣୀୟ ମେଢ ଦେଖିବାକୁ ମିଳିଥିଲା। ଏହି ସାମୁକା ସାହିରେ ଦର୍ଶନ କରୁଥିବା ଭକ୍ତ ମାନଙ୍କୁ ଦେଢ କୁଇଂଟାଲ ର ଉପୁମା ତରକାରୀ ସ୍ୱେଚ୍ଚାସେବୀମାନେ ବଟଂନ କରିଥିଲେ।

ଜଗନ୍ନାଥ ମନ୍ଦିରରେ ଦିନ ତମାମ ହଜାର ହଜାର ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା। ବିଭିନ୍ନ ଶୈବ ପୀଠରେ ଦିନ ତମାମ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରାଯାଉଥିଲା। ଏହି ସାସ୍କୃତିକ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ବହୁ ଭକ୍ତ ତଥା ଦଶ୭କଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା।

Share This Article