ବିଜେଡିରେ କାର୍ତ୍ତିକ ପାଣ୍ଡିଆନ ମିଶିବା ପରେ କଣ କହିଲେ ବବି ଦାସ

Odisha Hot News
1 Min Read

ଭୁବନେଶ୍ବର: ଆଜି ବିଜେଡିରେ କାର୍ତ୍ତିକ ପାଣ୍ଡିଆନ ମିଶିବା ପରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିବାରେ ସଫଳ ବିନ୍ଧାଣୀ ହେଉଛନ୍ତି କାର୍ତ୍ତିକ ପାଣ୍ଡିଆନ। ତାଙ୍କର ଦ୍ବାରା ଜନକଲ୍ୟାଣ କାମ ଠିକ ଭାବେ ପରିଚାଳିତ ହୋଇପାରୁଛି।

ପାଣ୍ଡିଆନ 2011 ମସିହାରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଯୋଗଦେଲେ। ହେଲେ ତା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ କାମ କରିଆସୁଛନ୍ତି। ଏହାପରେ ସେ ସିଏମଓ ରେ ଯୋଗ ଦେବା ପରେ ତାହା ଆହୁରି ଦୃଢ ହୋଇଥିଲା। ବର୍ତ୍ତମାନ ଦଳରେ ଯୋଗଦେବା ପରେ ଏହି କାର୍ଯ୍ୟ ଆହୁରି ଦ୍ରୁତଗତିରେ ଚାଲିବ ବୋଲି ପ୍ରଣବ ପ୍ରକାଶ ବା ବବି ଦାସ କହିଛନ୍ତି।

କାର୍ତ୍ତିକ ପାଣ୍ଡିଆନ ବିଜେଡିରେ ଯୋଗଦେବା ନିଶ୍ଚିତ ଖୁସିର କଥା। ସେ ଯେପରି ଭାବେ ପରିଶ୍ରମ କରୁଛନ୍ତି, ଓଡିଶାର ବିକାଶ ପାଇଁ ଯେଉଁ ଉଦ୍ୟମ କରୁଛନ୍ତି ତାହା ବିରଳ। ରାତିରୁ ଉଠି ବିଭିନ୍ନ ଉନ୍ନୟନ କାର୍ଯ୍ୟ ତାହାର ତଦାରଖ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତାଙ୍କର ଦଳରେ ଯୋଗଦାନ ନିଶ୍ଚିତ ଭାବେ ବିଜେଡିର ତଳ ସ୍ତର କର୍ମିଙ୍କୁ ସାହାଯ୍ୟ କରିବ ବୋଲି ପ୍ରଣବ ପ୍ରକାଶ ଦାସ କହିଛନ୍ତି।

Share This Article