ଶଙ୍ଖ ଭବନରେ ଏକ ଚ୍ୟାମ୍ବର ଅଧିକାର କଲେ ପାଣ୍ଡିଆନ, ପାଖରେ ଅଛନ୍ତି ପ୍ରଭୃ ଜଗନ୍ନାଥ

Odisha Hot News
1 Min Read

ଭୁବନେଶ୍ବର: ଆଜି ବିଜେଡିରେ ସାମିଲ ହେବା ପରେ ଶଙ୍ଖ ଭବନ ପ୍ରବେଶ କରିଥିଲେ କାର୍ତ୍ତିକ ପାଣ୍ଡିଆନ। ସେଠାରେ ତାଙ୍କୁ ଦଳର ବରିଷ୍ଠ ନେତାମାନେ ଫୁଲତୋଡା ଦେଇ ସ୍ବାଗତ କରିଥିଲେ। ପ୍ରଥମେ ସେ ଯୁବ ବିଜେଡି ତରଫରୁ ଆୟୋଜିତ ଏକ ରକ୍ତଦାନ ଶିବିରରେ ଯୋଗଦେଇ ଥିଲେ। ସେଠାରେ ଯୁବ ନେତାମାନଙ୍କୁ କାର୍ତ୍ତିକ ପାଣ୍ଡିଆନ ସାକ୍ଷାତ କରିଥିଲେ।

ଏହାପରେ ସେ ଶଙ୍ଖ ଭବନର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ସେଠାରେ ସେ ଏକ ବଡ ଚ୍ୟାମ୍ବରରେ ପ୍ରବେଶ କରିଥିଲେ। ଯାହା ପୂର୍ବରୁ ତାଙ୍କ ପାଇଁ ସଜେଇ ରଖାଯାଇଥିଲା। ସେହି ଚ୍ୟାମ୍ବରରେ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ସେଠାରେ ସେ ଶ୍ରୀଜିୟୁଙ୍କୁ ମୁଣ୍ଡିଆ ମାରି ତାଙ୍କର ଆସନ ଅଳଙ୍କୃତ କରିଥିଲେ।

ଏହାପରେ ତାଙ୍କୁ ଦଳର ବହୁ ବରିଷ୍ଠ ନେତା ଫୁଲତୋଡା ଦେଇ ସ୍ବାଗତ କରିଥିଲେ। ସେଠାରୁ ପାଣ୍ଡିଆନ ମା ତାରାତାରେଣୀ ଦର୍ଶନ କରିବାକୁ ଯିବେ ବୋଲି ଜଣାପଡିଛି।

Share This Article