ଆଜି ପାରାଦୀପରେ ବୋଇତ ବନ୍ଦାଣ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି

Odisha Hot News
1 Min Read

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୬ ତାରିଖରୁ ଓଡ଼ିଶା ଗସ୍ତରେ ଆସିଛନ୍ତି।

ନଭେମ୍ବର ୨୭ ତାରିଖରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ପାରାଦୀପ ଠାରେ ଆୟୋଜିତ ବୋଇତ ବନ୍ଦାଣ ସମାରୋହରେ ସେ ଯୋଗ ଦେବେ ଏବଂ  ଏକ ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କକୁ ଭର୍ଚୁଆଲ (ଆଭାଷୀ) ଭାବେ ଉଦ୍‌ଘାଟନ କରିବା ସହିତ ପୋର୍ଟ ଟାଉନସିପ୍ ପାଇଁ ନୂତନ ଜଳଭଣ୍ଡାର ଓ ଜଳ ବିଶୋଧନ ପ୍ଲାଣ୍ଟ ଏବଂ ଆଗାମୀ ପିଢ଼ିର ଜାହାଜ ଯାତାୟାତ ପରିଚାଳନା ଓ ସୂଚନା ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ରାଷ୍ଟ୍ରପତି ମତ୍ସ୍ୟଜୀବୀ ସମ୍ପ୍ରଦାୟର ସଦସ୍ୟ ମାନଙ୍କ ସହ ମଧ୍ୟ ଆଲୋଚନା କରିବେ।

Share This Article