ଜଗା ଦର୍ଶନ ସାରି ଫେରୁଥିଲେ ଅଧ୍ୟାପିକା, ସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ

Odisha Hot News
1 Min Read

ଟାଙ୍ଗୀ/ବାଣପୁର (ସୀତାରାମ ଅଗ୍ରୱାଲ): ଟାଙ୍ଗୀ-ଚାନ୍ଦପୁର ବାଇପାସ ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯେଉଁଥିରେ ଅଟୋ ରିକ୍ସା ଯୋଗେ ପୁରୀରୁ ଜଗା ଦର୍ଶନ ସାରି ଫେରୁଥିବା ଅଧ୍ୟାପିକାଙ୍କ ଜୀବନ ଚାଲିଯାଇଛି।

ଘଟଣାରୁ ପ୍ରକାଶ ଯେ, ବାଣପୁର ଥାନା ବାଲେଡିହ ଗ୍ରାମର ବିଭୁଦତ୍ତ ପଟ୍ଟନାୟକ, ତାଙ୍କ ପତ୍ନୀ ପଙ୍କଜିନୀ ପଟ୍ଟନାୟକ ଏବଂ ଭଉଣୀ ରାଜ ଲକ୍ଷ୍ମୀ ପଟ୍ଟନାୟକଙ୍କ ସହ ପୁରୀରୁ ଜଗନ୍ନାଥ ଦର୍ଶନ ସାରି ଫେରୁଥିଲେ। ସେହି ସମୟରେ ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ-ଚାନ୍ଦପୁର ବାଇପାସ ଠାରେ ଗୋଟିଏ ଟ୍ରକ ପଛପଟୁ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଭଉଣୀ ରାଜଲକ୍ଷ୍ମୀ ପଟ୍ଟନାୟକ ମୃତ୍ୟୁ ବରଣ କରିଥିଲେ। ପଙ୍କଜିନୀ ପଟ୍ଟନାୟକ ସାମାନ୍ୟ ଆହାତ ହୋଇଥିବାବେଳେ ବିଭୁଦତ୍ତ ଗୁରୁତର ଭାବେ ଆହତ ହୋଇ ଚାନ୍ଦପୁର ବସନ୍ତମଞ୍ଜରୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଯାଇଅଛି।

ତେବେ ମୃତ ରାଜଲକ୍ଷ୍ମୀ ପଟ୍ଟନାୟକ କେଶପୁର କଲେଜର ଅଧ୍ୟାପିକା ଥିବା ଜଣାପଡିଛି।

Share This Article