ସୁଟିଂ ବେଳେ ଆହତ ହେଲେ ଅଭିନେତା ଶ୍ରୀତମ ଦାସ, ଆଜି ହେଲା ଅପରେସନ

Odisha Hot News
1 Min Read

ଭୁବନେଶ୍ବର: ବଲାଙ୍ଗୀରରେ ଗତକାଲି ସୁଟିଂ ଚାଲିଥିବା ବେଳେ ଏକ ଘୋଡା ଉପରୁ ପଡି ଅଭିନେତା ଶ୍ରୀତମ ଦାସ ଆହତ ହୋଇଛନ୍ତି। ତାଙ୍କ ଡାହାଣ ହାତ ଉପରେ ପ୍ରବଳ ଆଘାତ ଲାଗିଛି। ସ୍ଥାନୀୟ ହସପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ବର ଅଣାଯାଇଛି। ପରୀକ୍ଷା ପରେ ଜଣାପଡିଲା ଯେ ତାଙ୍କର ଡାହାଣ ହାତ ଭାଙ୍ଗି ଯାଇଛି। ଗତକାଲି ପ୍ଲାଷ୍ଟର କରିବା ପରେ ଆଜି ତାଙ୍କର ଅପରେସନ ହୋଇଥିବାର ଜଣାପଡିଛି।

ବଲାଙ୍ଗୀରରେ ଶ୍ରୀତମ ନବକଳେବର ଚଳଚିତ୍ରର ସୁଟିଂ କରୁଥିଲେ। ସେ ଏହି ଚଳଚିତ୍ରରେ ଶ୍ରୀ ମୁକୁନ୍ଦ ଦେବ ଚରିତ୍ରରେ ଅଭିନୟ କରୁଛନ୍ତି। ସେ ଘୋଡାରେ ଯିବାର ଏକ ଦୃଶ୍ୟ ଥିଲା। ସେଥିପାଇଁ ସେ ଘୋଡା ଉପରେ ବସି ସୁଟିଂ କରୁଥିବା ବେଳେ ନିୟନ୍ତ୍ରଣ ହରାଇ ଘୋଡା ଉପରୁ ପଡିଯାଇଥିଲେ। ଶ୍ରୀତମଙ୍କ ଏପରି ଅବସ୍ଥା ପରେ ସେଠାରେ ସୁଟିଂ ବନ୍ଦ ରହିଥିବାର ଜଣାପଡିଛି।

Share This Article