ପୁରୁଣା ଭୁବନେଶ୍ବରରେ ରାଜ୍ୟସ୍ତରୀୟ ମହତାବ ଜୟନ୍ତୀ

Odisha Hot News
1 Min Read

ଭୁବନେଶ୍ୱର : ରାଜ୍ୟସ୍ତରୀୟ ୧୨୪ତମ ଡ଼ ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ପକ୍ଷରୁ ମହତାବ ଜୟନ୍ତୀ ବଢ଼େଇବାଙ୍କ ଛକ ନିକଟରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ଡୁନ୍ ଇଂଟରନ୍ୟାସନାଲର ଅଧ୍ୟକ୍ଷ ଶରତ ରାଉତରାୟଙ୍କୁ ରାଜ୍ୟସ୍ତରୀୟ ଡ଼ ମହତାବ ସମ୍ମାନ ପ୍ରଦାନ କରାଯାଇଥିଲା।

ଜୟନ୍ତୀ କମିଟିର ସମ୍ପାଦକ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜୟନ୍ତୀ କମିଟିର କାର୍ଯ୍ୟକାରୀ ସଭାପତି ଅମୀୟ ଦାଶ, କଂଗ୍ରେସ ନେତା ଶିବାନନ୍ଦ ରାୟ, ରଶ୍ମୀ ମହାପାତ୍ର, କର୍ପୋରେଟର ଶିବ ପ୍ରସାଦ ବେହେରା, ଚନ୍ଦ୍ରଶେଖର ମଲିଆ, ଦୁଃଶାସନ ସ୍ୱାଇଁ, ସାମ୍ବାଦିକ ସନତ ମିଶ୍ର, ଜିତେନ ବଟୁ, ଜୟକୃଷ୍ଣ ମଲିଆ, ଗୋପାଳ ମକଦ୍ଦମ, ଶରତ ପଣ୍ଡା, ମନୋରଞ୍ଜନ ବଟୁ, ହେମା ମହାପାତ୍ର, ନିଳମଣୀ ମିଶ୍ର, ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତଥିଲେ।

Share This Article