ଗୋ ମାଂସ ଚୋରା ଚାଲାଣ, ଗାଡି ଛାଡି ଡ୍ରାଇଭର ଫେରାର

Odisha Hot News
0 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅନ୍ତର୍ଗତ କାଳିଆବାଲି ଛକ ନିକଟରୁ ଗୋ ମାଂସ ବୋଝେଇ ଟ୍ରକ ଜବତ ହୋଇଛି। ଟ୍ରକରୁ ବିପୁଳ ପରିମାଣର ଗୋ ମାଂସ ଜବତ ହୋଇଛି। ହେଲେ ଗାଡି ଛାଡି ଡ୍ରାଇଭର ଫେରାର ହୋଇଯାଇଛି।

ଭଦ୍ରକରୁ ହାଇଦ୍ରାବାଦ ଅଭିମୁଖେ ଚାଲାଣ ହେଉଥିବା ନେଇ ସୂଚନା ମିଳିବା ପରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରୁ କିଛି ଯୁବକ ଗାଡିର ପିଛା କରିଥିଲେ। ଟ୍ରକଟିକୁ ସେମାନେ କାଳିଆବାଲି ଛକ ନିକଟରେ ଧରିଥିଲେ। କିନ୍ତୁ ତା’ପୂର୍ବରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲା।

Share This Article