ଆୟୁର୍ବେଦ କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢାଉ, ଛଅଟି ସ୍ଥାନରେ ଚାଲିଛି ଛାନଭିନ୍ନ

Odisha Hot News
1 Min Read

ଭୁବନେଶ୍ବର: ଆଜି ସକାଳୁ ଭିଜିଲାନ୍ସ ଅଧିକାରୀମାନେ ଜଣେ ଆୟୁର୍ବେଦ କଲେଜ ଅଧ୍ୟକ୍ଷଙ୍କ ଘରେ ଚଢାଉ କରିଛନ୍ତି। ସେ ହେଉଛନ୍ତି ବଲାଙ୍ଗୀର ଆୟୁର୍ବେଦ କଲେଜ ଏବଂ ହସପିଟାଲର ଅଧ୍ୟକ୍ଷ ଡ. ସୁଦର୍ଶନ ବେହେରା। ଏକ କାଳିନ ତାଙ୍କର ଛଅଟି ସ୍ଥାନରେ ଏହି ଚଢାଉ ଚାଲିଛି। ତାଙ୍କର ଆୟବର୍ହିଭୂତ ସଂପତ୍ତି ଥିବା ଅଭିଯୋଗ ନେଇ ଏହି ଚଢାଉ କରାଯାଇଛି।

ଶ୍ରୀ ବେହେରାଙ୍କ ସାକ୍ଷୀଗୋପାଳ ନିକଟସ୍ଥ ଜୟପୁର ଗ୍ରାମରେ ଥିବା ବାସଭବନ, ସତ୍ୟବାଦୀର ନହଳାଠାରେ ଥିବା ତାଙ୍କ ଆଉ ଏକ ବାସଭବନ, ପୁରୀ ସଦରରେ ଥିବା ତାଙ୍କର ଘର, ସମ୍ବଲପୁରର ସିଆରପିଏଫ କ୍ୟାମ୍ପସ ଭିତରେ ଥିବା କ୍ବାଟର, ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ସୋରିଶପଡାରେ ଥିବା ତାଙ୍କ ସଂପର୍କୀୟଙ୍କ ଘର ଏବଂ ବଲାଙ୍ଗୀର ଆୟୁର୍ବେଦ କଲେଜର ତାଙ୍କ ଅଫିସରେ ଏହି ଚଢାଉ ଚାଲିଛି। ଚଢାଉ ଜାରୀ ରହିଥିବାରୁ ଏ ପର୍ଯ୍ୟନ୍ତ ତାଙ୍କର ଆୟବର୍ହିଭୂତ ସଂପତି ଆକଳନ କରାଯାଇ ନାହିଁ।

Share This Article