ରାଜ୍ୟ ସ୍ତରୀୟ “ମହକ” କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଚମ୍ପିୟାନ

Odisha Hot News
1 Min Read

ଖୋର୍ଦ୍ଧା: ଗତ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥ‌ିବା ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥ‌ିବା ୧୮ ବର୍ଷ ରୁ କମ ପିଲାମାନଙ୍କୁ ନେଇ ଅନୁଷ୍ଠିତ ହୋଇଥ‌ିବା “ମହକ-୨୦୨୩” ରେ ଖୋର୍ଦ୍ଧା ଜିଲ୍ଲା ଚମ୍ପିୟାନ ହୋଇଛି।

ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୃତ୍ୟ, ସଙ୍ଗୀତ, ତର୍କ ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲାର ପିଲାମାନେ ପାରଦର୍ଶିତା ଲାଭ କରି ଏହି ରାଜ୍ୟ ସ୍ତରୀୟ ମହକ କାର୍ଯ୍ୟକ୍ରମରେ ଚମ୍ପିୟାନ ହୋଇଛନ୍ତି।

ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସଚିବ ଶୁଭା ଶର୍ମା ଏହି ପୁରସ୍କାର ଖୋର୍ଦ୍ଧା ଜିଲ୍ଲାକୁ ପ୍ରଦାନ କରିଥିଲେ ଏବଂ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସଚିବ ରେଗା ଗୀତାରଣୀ ପଟ୍ଟନାୟକ, ଓଡିଶା ସିନେ ଜଗତର ଯୁବ ପ୍ରତିଭା ସ୍ବରାଜ ବାରିକ, ଅନୁ ଚୌଧୁରୀ ଏବଂ ସିନେ ଜଗତର କଣ୍ଠଶିଳ୍ପୀ ଦିପ୍ତିରେଖା ପାଢୀ, ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା ଏବଂ ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ମହକ ର ଚମ୍ପିୟାନ ଦଳ କୁ ଉତ୍ସାହିତ କରିଥିଲେ।

ଏଠାରେ ପ୍ରକାଶ ଥାଉକି ଗତକାଲି ଏହି ମହକ-୨୦୨୩ କୁ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଉଦଘାଟନ କରିଥିଲେ।

Share This Article