ମହିଳା ସାମ୍ବାଦିକଙ୍କୁ ମାଡ଼ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଭୁବନେଶ୍ୱରର ଏକ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ଚାଲିଥିବା ଏକ ଚଳଚ୍ଚିତ୍ର ସମ୍ପର୍କରେ ଖବର ସଂଗ୍ରହ ପାଇଁ ଯାଇଥିବା ଜନୈକା ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ କର୍ତ୍ତବ୍ୟରତ ସମୟରେ ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୟ ନାୟକ ମାଡ଼ ମାରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଯାହାକି ସିସିଟିଭି ଫୁଟେଜ ରେ କଏଦ୍ ହୋଇଛି। କିନ୍ତୁ ଏହି ଭଳି ପରିସ୍ଥିତିରେ ସରକାର କିମ୍ବା ପୋଲିସ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଆଜି ବ୍ରହ୍ମପୁର ସହରରେ କର୍ତ୍ତବ୍ୟରତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଓ ଆୟୁକ୍ତଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଯୋଜକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ମନୋଜ ଦାସ, ଶକ୍ତିଧର ରାଜଗୁରୁ, ଅଶୋକ ବ୍ରହ୍ମା, ସୁଦୀପ ସାହୁ, ସନ୍ୟାସୀ ଗୌଡ଼, ପିଣ୍ଟୁ ବେହେରା, ଶୁଭେନ୍ଦୁ ସାହୁ, ବାବୁଲା ପାଣିଗ୍ରାହୀ, ରଶ୍ମିତା ପାଣିଗ୍ରାହୀ, ବିନି ବେହେରା, ସୁରଜିତ ପଣ୍ଡା, ଉମା ଶଙ୍କର ମିଶ୍ର, ଗୌରୀ ଶଙ୍କର ମିଶ୍ର ଓ ମୃତ୍ୟୁଞ୍ଜୟ ସାହୁଙ୍କ ସମେତ ବହୁ ସାମ୍ବାଦିକ ଯୋଗ ଦେଇଥିଲେ।

Share This Article