ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ଟାଙ୍ଗୀ ପୋଲିସ: ୩ ଗିରଫ, ମାରଣାସ୍ତ୍ର ଜବତ

Odisha Hot News
1 Min Read

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଆଜି ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ଟାଙ୍ଗୀ ପୋଲିସ। ପାଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଦୀକ୍ଷିତ ପଡା ସୁଳିଆ ମନ୍ଦିର ପଛ ପଟେ ଟାଙ୍ଗୀ ପୋଲିସ ଚଢ଼ାଉ କରିଥିଲା। ରାସ୍ତାରେ ଯାଉଥିବା ଯାତ୍ରୀ ମାନଙ୍କୁ ଅଟକାଇ ବଡ ଧରଣର ଡକାୟତି କରିବା ପାଇଁ ଯୋଜନା କରୁଥିବା ସମୟରେ ଟାଙ୍ଗୀ ପୋଲିସ ତିନି ଜଣଙ୍କୁ ଧରିବାରେ ସଫଳ ହୋଇଥିଲା।

ଅନ୍ୟ ତିନି ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଗିରଫ ତିନି ଜଣଙ୍କ ପାଖରୁ ଗୋଟିଏ ଖଣ୍ଡା, ଲୁହା ରଡ଼, ଛୁରୀ ସହିତ ନଗଦ ୧୧୫୦/- ଟଙ୍କା ଜବତା କରିବା ସହିତ ଘଟଣା ସ୍ଥଳରୁ ଗୋଟିଏ ହିରୋ ଗ୍ଲାମର ଗାଡି ସହିତ ଅନ୍ୟ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି ପୋଲିସ।

ଗିରଫ ଅଭିଯୁକ୍ତ ମାନେ ହେଲେ ବାଲୁଗାଁର ସୋମନାଥ ବେହେରା (୨୧), ବାଲୁଗାଁ ଖାରିବନ୍ଧ ଗ୍ରାମର ଅଶୋକ ପ୍ରଧାନ (୨୪) ଓ ସୋରଣ ଗ୍ରାମର ମଙ୍ଗୁ ବେହେରା (୨୫) କୁ ଗିରଫ କରିଛି ପୋଲିସ। ଏମାନଙ୍କ ନାଁରେ ବହୁ ଥାନାରେ ଏକାଧିକ ଡକାୟତି ମାମଲା ରହିଛି। ପୋଲିସ ତଦନ୍ତ ଜାରି ରଖିଛି।

Share This Article