ବାଲୁଗାଁ ଷ୍ଟେସନରେ ଟିଟିଇଙ୍କ ନାମରେ ଦୁର୍ବ୍ୟବହାର ଅଭିଯୋଗ

Odisha Hot News
1 Min Read

ଭୁବନେଶ୍ବର: ଶୁକ୍ରବାର ସନ୍ଧ୍ୟା ରେ ବାଲୁଗାଁ ରେଳ ଷ୍ଟେସନ ର ଟିଟିଇ ଶ୍ରୀ ନିବାସ ରାଓଙ୍କ ବିରୁଦ୍ଧରେ ବାଲୁଗାଁ ଷ୍ଟେସନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଖବର ମୁତାବକ ବାଲୁଗାଁ ଅଂଚଳର ବରିଷ୍ଠ ନାଗରିକ ତଥା ସମାଜସେବୀ ଡା ତ୍ରୈଲୋକ୍ୟ ନାଥ ମହାରଣା ନିଜ ପରିବାର ସଦସ୍ୟ ଙ୍କୁ ଷ୍ଟେସନରୁ ନେବାକୁ ଆସିଥିବା ବେଳେ ମୁଖ୍ୟ ଗେଟରେ ଥିବା ଟିଟିଇ ଶ୍ରୀନିବାସ ରାଓ ତାଙ୍କୁ ଟିକେଟ୍ ମାଗିଥିଲେ।

ସେ ଓ ତାଙ୍କ ପରିବାର ସଦସ୍ୟ ଟିକେଟ ସହିତ, ପ୍ଲାଟଫର୍ମ ଟିକେଟ ଦେଖାଇବା ପରେ ବି ତାଙ୍କ ଠାରୁ ୪୦୦ ଟଙ୍କା ଜୋରିମାନା ମାଗିଥିଲେ। ଏଥିରେ ସେ ପ୍ରତିବାଦ କରିବାରୁ ସର୍ବ ସମ୍ମୁଖରେ ଟିଟିଇ ରାଓ ଶ୍ରୀ ମହାରଣାଙ୍କୁ ଦୁବ୍ୟବହାର କରିଥିଲେ। ଯାହାକୁ ନେଇ ଶ୍ରୀ ମହାରଣା ଲିଖିତ ଭାବେ ରେଳ ବିଭାଗ ଅଧିକାରୀଙ୍କୁ ଏ ସମ୍ପର୍କରେ ଗତ କାଲି ଅଭିଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି।

ଅଭିଯୋଗ ପତ୍ର ସଂଖ୍ୟା ୨୩୯୯୧୯ କୁ ଭିତ୍ତିକରି ଶ୍ରୀ ମହାରଣା ଆଜି ପୂର୍ବତନ ରେଳ ବିଭାଗ ଡ଼ି ସି ଏମ, ଏସ ଡ଼ି ଜି ଏମ, ଡ଼ି ଆର ଏମ ପ୍ରମୁଖ ଅଧିକାରୀଙ୍କୁ ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରି ଶ୍ରୀନିବାସ ରାଓ ଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି।

Share This Article