ଅକ୍ଟୋବର ୩୧ରେ ପ୍ରସାରିତ ହେବ ‘ଦିଦି ନମ୍ବର -୧’ ର ୫୦୦ ତମ ଏପିସୋଡ

Odisha Hot News
2 Min Read

ଭୁବନେଶ୍ଵର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ପ୍ରସାରିତ ଦର୍ଶକାଦୃତ ରିଅଲିଟି ଶୋ ‘ଦିଦି ନମ୍ବର -୧’ ପହଞ୍ଚିଛି ନିଜର ୫୦୦ତମ ଏପିସୋଡରେ, ଏହା ପ୍ରସାରିତ ହେବ ଆସନ୍ତା ଅକ୍ଟୋବର ୩୧ରେ ସନ୍ଧ୍ୟା ୫ରେ। ଜୀ ସାର୍ଥକର ଏହି ଲୋକପ୍ରିୟ ରିଅଲିଟି ଶୋ’ ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସହ ଏକ ନୂଆ ଆଶା ସୃଷ୍ଟି କରିଛି। ନିଜର ଚୁଲବୁଲି ଅନ୍ଦାଜ ସହ ଲିପି ମହାପାତ୍ର ଏହାର ଉପସ୍ଥାପନା ଜାରି ରଖିଛନ୍ତି ଓ ପ୍ରତିଯୋଗୀଙ୍କଙ୍କ ମନ ଜିତିଛନ୍ତି ବୋଲି ସବୁ ସମୟରେ ପ୍ରତିଯୋଗୀ ମାନେ ସୋ ମଧ୍ୟରେ କହିଛନ୍ତି।

ପ୍ରଥମ ସିଜନର ବିପୁଳ ସଫଳତା ପରେ ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନଭେମ୍ବର ୨୧, ୨୦୨୨ ରୁ ସୋମବାରରୁ ରବିବାର ସନ୍ଧ୍ୟା ୫ ଟାରେ ରିଅଲିଟି ଶୋ ‘ଦିଦି ନମ୍ବର -୧’ ସିଜନ-୨ର ପ୍ରସାରଣ ଆରମ୍ଭ ହୋଇଥିଲା। ଅଡିସନ ମାଧ୍ୟମରେ ଆସିଥିବା ନାରୀ ମାନେ କର୍ମମୟ ଜଞ୍ଜାଳ ଭିତରେ ଗତିଶୀଳ ଜୀବନକୁ ଏହି ମଞ୍ଚରେ ପରିପ୍ରକାଶ କରିଛନ୍ତି, ଯାହା ସେମାନଙ୍କୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ। ଦର୍ଶକ ଏବଂ ପ୍ରତିଯୋଗୀଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ ‘ଦିଦି ନମ୍ବର-୧’ ରିଅଲିଟି ଶୋର, ପ୍ରଥମ ସିଜନ ଅପେକ୍ଷା ସିଜନ-୨ ରେ, ନୂଆ ନୂଆ ଖେଳ ସହ ଆହୁରି ଅଧିକ ମଜାଦାର ହୋଇଛି ଓ ପ୍ରତିଯୋଗୀମାନଙ୍କ ପାଇଁ ଅଧିକ ଆକର୍ଷଣୀୟ ଉପହାର ନେଇ ଆସିଛି। ପ୍ରଥମ ଥର ପାଇଁ ଜୀ-ସାର୍ଥକ ଆଣିଥିଲା ପ୍ରତିଯୋଗୀମାନଙ୍କ ପାଇଁ ସିଧା ସଳଖ ଟଙ୍କା ଗଛ ରୁ ଟଙ୍କା ତୋଳିବାର ଏକ ଅଦ୍ଭୁତ ଖେଳ ଯାହା ସମସ୍ତଙ୍କ ମନକୁ ଛୁଇଁଥିଲା। ଏହା ଛଡା ଖେଳରେ ଖେଳରେ ପ୍ରତିଯୋଗୀମାନେ ସୁନା ଜିତି ନିଜ ଘରକୁ ନେଇଛନ୍ତି।

ଏହି ଚ୍ୟାନେଲର ଲକ୍ଷ୍ୟ ହେଉଛି ଦର୍ଶକମାନଙ୍କ ପାଇଁ ସର୍ବଦା ଭିନ୍ନ ଧରଣର ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମ ଆଣିଦେବା। ‘ପରିବାର ଓ ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଦିଦି ନମ୍ବର-୧ ଏକ ବହୁତ ବଡ଼ ମାଧ୍ୟମ ହୋଇଛି ବୋଲି କହିଛନ୍ତି ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ଶ୍ରୀ ପ୍ରତୀକ ସିଲ୍।

Share This Article