ବଦଳିଲେ କଟକ ଜିଲ୍ଲାପାଳ ଭବନୀ ଶଙ୍କର ଚଇନି

Odisha Hot News
1 Min Read

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ବଦଳି କରିଛନ୍ତି। କଟକ ଜିଲ୍ଲାପାଳ ଥିବା ଭବନୀ ଶଙ୍କର ଚଇନୀଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ତାଙ୍କୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।

ସେହିପରି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଥିବା ନରହରି ସେଠୀଙ୍କୁ ବଦଳି କରାଯାଇ ତାଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଗତକାଲି ମଧ୍ୟ ରାଜ୍ୟ ସରକାର ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳ ତଥା ବରିଷ୍ଠ ଆଇଏଏସ ସରୋଜ ସେଠୀଙ୍କୁ ବଦଳି କରିଥିଲେ। ସେଠାରେ ନୂଆ ଜିଲ୍ଲାପାଳ ଭାବେ ମନୋରଞ୍ଜନ ମଲ୍ଲିକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

Share This Article