ବାଣପୁରରେ ବଡ ଧରଣର ଅବକାରୀ ଚଢାଉ, ବିପୁଳ ପରିମାଣର ଦେଶୀ ମଦ ଜବତ

Odisha Hot News
1 Min Read

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ ଆଜି ବାଣପୁର ଥାନା ଅନ୍ତର୍ଗତ କୋଷରଡ଼ା ଜଙ୍ଗଲରେ ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ ଚଢ଼ାଉ କରି ବିପୁଳ ପରିମାଣରେ ପୋଚ ଓ ଦେଶୀ ମହୁଲି ମଦ ଜବତ କରି ନଷ୍ଟ କରିଛି।

ଚଢ଼ାଉରେ ସମୁଦାୟ 17100 କେଜି ମହୁଲ ପୋଚ ଏବଂ 1280 ଲିଟର ଦେଶୀ ମହୁଲି ମଦ ଜବତ କରାଯାଇ ନଷ୍ଟ କରାଯାଇଛି l ତେବେ ଜଙ୍ଗଲର ସୁଯୋଗ ନେଇ ଅଭିଯୁକ୍ତ ମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ।

ଅନୁରୂପ ଭାବେ କୁମାରାଙ୍ଗ ଅଞ୍ଚଳର ଗଣେଶ ବାରିକଙ୍କ ନିକଟରୁ 30 ଲିଟର ଏବଂ ଆୟତପୁର ଅଞ୍ଚଳର ପତିତ ବେହେରାଙ୍କ ନିକଟରୁ 40 ଲିଟର ଦେଶୀ ମଦ ଜବତ କରାଯାଇ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ଉକ୍ତ ଚଢ଼ାଉରେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ନାରାୟଣ ଜେନା, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ନୀଳିମା ଜୟନ୍ତୀ ସ୍ୱାଇଁ, ମୋବାଇଲ ଏସଆଇ ରୋହିତ ଦଣ୍ଡସେନା, ବାଲୁଗାଁ ଅବକାରୀ ଅଧିକାରୀ ତପନ ସ୍ୱାଇଁ, ବାଣପୁର ପୋଲିସ ଏଏସଆଇ ପୂର୍ଣ୍ଣଚନ୍ଦ୍ର ରେଡି ଏବଂ ଅବକାରୀ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।

Share This Article