ସୋଆ ର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନ ପ୍ରଦାନ

Odisha Hot News
1 Min Read

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କୁ ପର୍ଯ୍ୟଟନ ଓ ଆତିଥ୍ୟ ଶିକ୍ଷା କ୍ଷେତ୍ରରେ ଜୀବନ ବ୍ୟାପୀ ଅବଦାନ ନିମନ୍ତେ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି। ଅକ୍ଟୋବର ୧୦ ଓ ୧୧ ଦୁଇ ଦିନ ଧରି ଆଯୋଧ୍ୟା ଠାରେ ଆୟୋଜିତ “ତୃତୀୟ ଟୁରିଜିମ୍ ଷ୍ଟୁଡେଂଟ୍‌ସ” କନ୍‌କ୍ଲେଭ୍‌ରେ ପ୍ରଫେସର ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଡିଟିଓଆରଆର୍ ଏବଂ ଡକ୍ଟର ରାମ ମନୋହର ଲୋହିଆ ଅୱଧ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଏହି କନ୍‌କ୍ଲେଭ ଆୟୋଜନ କରାଯାଇଥିଲା।

ସୋଆରେ ଯୋଗ ଦେବା ପୂର୍ବରୁ ପ୍ରଫେସର ମିଶ୍ର କେନ୍ଦ୍ର ସରକାରଙ୍କର ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧିନସ୍ଥ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ୍ ମ୍ୟାନେଜମେଂଟ (ଆଇଆଇଟିଟିଏମ୍‌)ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ।

ପ୍ରଫେସର ମିଶ୍ର ଅଲ୍ ଇଣ୍ଡିଆ ବୋର୍ଡ ଅଫ୍ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟର ଅଧ୍ୟକ୍ଷ ଓ ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ)ର ଏଗ୍‌ଜିକ୍ୟୁଟିଭ୍ କମିଟିର ସଦସ୍ୟ ଭାବେ ଲଗାତର ଦୁଇ ଥର କାର୍ଯ୍ୟ ତୁଲାଇଛନ୍ତି। ସେ ନ୍ୟାସ୍‌ନାଲ୍ ବୋର୍ଡ ଅଫ୍ ଆକ୍ରେଡିଟେସନ୍ (ଏନ୍‌ବିଏ)ର ଆକ୍ରେଡିଟେସନ୍ ଇଭାଲୁଏସନ୍ କମିଟିର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ପ୍ରଫେସର ମିଶ୍ରଙ୍କୁ ଏହି ସମ୍ମାନ ପାଇଥିବା ନେଇ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଫେସର ମିଶ୍ର ଦେଶ ଏବଂ ବିଦେଶରେ ଅନେକ ସମ୍ମାନ ଓ ପୁରସ୍କାର ଗ୍ରହଣ କରିଛନ୍ତି। ଗତ ଅଗଷ୍ଟ ମାସରେ ନୂଆଦିଲ୍ଲୀ ଠାରେ ଇଣ୍ଡିଆନ୍ ଇନ୍‌ଟରନ୍ୟାସ୍‌ନାଲ୍ ଫ୍ରେଣ୍ଡସିପ୍ ସୋସାଇଟି ପକ୍ଷରୁ ତାଙ୍କୁ “ରାଷ୍ଟ୍ରୀୟ ଗୌରବ ସମ୍ମାନ” ପ୍ରଦାନ କରାଯାଇଥିଲା।

Share This Article