ଭୁବନେଶ୍ୱରରେ ଆଉ ଦୁଇ ‘କରୋନା’ ଆକ୍ରାନ୍ତ ଚିହ୍ନଟ

Odisha Hot News
1 Min Read

ଭୁବନେଶ୍ୱର : ଭୁବନେଶ୍ୱରରେ ଆଉ ଦୁଇ ଜଣ ‘କରୋନା’ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରେ ୭୦ ବର୍ଷୀୟ ବୃଦ୍ଧ ଥିବା ବେଳେ ଅନ୍ୟ ଜଣେ ୨୯ ବର୍ଷର ଯୁବକ। ବୃଦ୍ଧ ଜଣକ ହେଉଛନ୍ତି କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀର। ସେ ନିକଟରେ ଅଷ୍ଟ୍ରେଲିଆରୁ ଫେରି ଗତ ୨୨ ତାରିଖରେ ହୋମ୍‌ କ୍ୱାରେଣ୍ଟାଇନରେ ରହିଥିଲେ। ଆଜି ସେ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି।

ସେହିପରି ଆଉ ଜଣେ ହେଉଛନ୍ତି ବମିଖାଲର। ମାତ୍ର ତାଙ୍କର ଟ୍ରାଭେଲ୍‌ ହିଷ୍ଟୋରୀ ଜଣାପଡ଼ିନାହିଁ। ତେବେ ପୂର୍ବରୁ ଏହି ଅଞ୍ଚଳରୁ ୩ ଭାଇ ‘କରୋନା’ରେ ହୋଇ ଏବେ ଆଇସୋଲେସନ୍‌ରେ ରହିଛନ୍ତି। ସେମାନଙ୍କ ସଂସ୍ପର୍ଶରେ ସେ ଆସିଥିବା ଅନୁମାନ କରାଯାଉଛି। ଏମାନଙ୍କୁ ମିଶାଇ ମିଶାଇ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ଆଜି ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି।

Share This Article
Leave a Comment