ନବୀନ ପଟ୍ଟନାୟକ ପୁରୀରୁ ଛିଡା ହେବା ପାଇଁ ଦାବୀ କଲେ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର

Odisha Hot News
1 Min Read

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରୁ ଲଢିବା ପାଇଁ ଆଜି ଦାବୀ କରିଛନ୍ତି ଦଇତାପତି ନିଯୋଗ ସଂପାଦକ ତଥା ବିଜେଡି ନେତା ରାମକୃଷ୍ଣ ଦାସ ମହାପାତ୍ର। ଆଜି ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ ଏହି ଦାବୀ କରିଛନ୍ତି। ସେ କହିଛନ୍ତି ନବୀନ ପଟ୍ଟନାୟକଙ୍କ ଅମଳରେ ପୁରୀର ବହୁ ବିକାଶ ଘଟିଛି ତେଣୁ ସେ ପୁରୀ ବିଧାୟକ ପ୍ରାର୍ଥୀ ହେବା ଆବଶ୍ୟକ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ନବୀନ ପୁରୀରୁ ବିଧାୟକ ହେବା ପାଇଁ ବହୁ ସେବାୟତ ମଧ୍ୟ ଚାହୁଁଛନ୍ତି। ଏପରିକି ପୁରୀ ଜନସାଧାରଣ ମଧ୍ୟ ଚାହୁଁଛନ୍ତି। କାରଣ ସେ ଏହି ଧର୍ମପିଠର ବିଧାୟକ ହେଲେ ଏହାର ଆହୁରି ଉନ୍ନତି ହେବ।

ତେବେ ଏ ନେଇ ସେବାୟତଙ୍କ ପକ୍ଷରୁ ଏକ ଦଳ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଅନୁରୋଧ କରାଯିବ ବୋଲି ସେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି 2019 ନିର୍ବାଚନ ପୂର୍ବରୁ ଆମେ ନବୀନଙ୍କୁ ଏହି ଅନୁରୋଧ କରିଥିଲୁ। ଏବେ 2024 ରେ ମଧ୍ୟ ସେହି ଅନୁରୋଧ କରିବୁ।

Share This Article