ଜି.ଆର୍.ଏସ୍ ହତ୍ୟାକାଣ୍ଡରେ ଜୈନିକ ମହିଳାଙ୍କ ସମ୍ପୃକ୍ତିକୁ ନେଇ ଥାନା ଆଗରେ ଶତାଧିକ ମହିଳାଙ୍କ ଧାରଣା

Odisha Hot News
1 Min Read

ବେଗୁନିଆପଡା: (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ କନ୍ୟାରୀବାଡ଼ି ଗ୍ରାମରେ ଗତ ୦୪.୧୦, ୨୦୨୩ ରିଖ ରେ ଘଟିଥ‌ିବା ଜି.ଆର୍.ଏସ୍ ସୁଶିଲ କୁମାର ମହାନ୍ତି ହତ୍ୟାକାଣ୍ଡର ଫର୍ଦ୍ଦାପାସ ହେବା ପରେ ମୁଖ୍ୟ ଅଭିଯୁକ୍ତ ମନୋଜ ସାହୁ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି। ତେବେ ଏହି ହତ୍ୟାକାଣ୍ଡ ପ୍ରେମ ଜନିତ ଘଟଣା ହୋଇଥିବାରୁ ଏହି ଘଟଣାରେ ଜଣେ ମହିଳାଙ୍କ ସମ୍ପୃକ୍ତି କୁ ନେଇ ବେଗୁନିଆପଡା ଥାନାରେ ହୋ ହାଲ୍ଲା କରିଛନ୍ତି କନ୍ୟାରୀବାଡ଼ି ଗ୍ରାମର ଶତାଧିକ ମହିଳା ପୁରୁଷ। ସେମାନେ ଥାନା ରେ ପହଞ୍ଚି ଜୈନିକ ମହିଳାଙ୍କ ନାମକୁ ଲୋକ ଲୋଚନକୁ ଆଣିବା ସହ ତାଙ୍କୁ ଗିରଫ କରିବା ପାଇଁ ଦାବୀ କରିଛନ୍ତି।

ସନ୍ଧ୍ୟା ବେଳେ ସମସ୍ତେ ଥାନା ସମ୍ମୁଖରେ ଧାରଣା ରେ ବସିଥିବା ବେଳେ ଏହି ହତ୍ୟାକାଣ୍ଡରେ ଜଡିତ ଥିବା ଜନୈକ ମହିଳାଙ୍କ ଗିରଫ କରିବା ସହ ତାଙ୍କ ନାମକୁ ଘୋଷଣା କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ପ୍ରକାଶ କରିବା ସହ ବେଗୁନିଆପଡ଼ା ଥାନା ଅଧିକାରୀ ମଞ୍ଜରୀ ନାୟକ ଆନ୍ଦୋଳନକାରୀ ଙ୍କ ସହ ଆଲୋଚନା ଜାରୀ ରଖିଛନ୍ତି। ପରେ ଆନ୍ଦୋଳନକରୀଙ୍କ ମଧ୍ୟରୁ ପୁରୁଷ ଓ ମହିଳା ୧୦ଜଣଙ୍କ ସହ ଥାନା ଅଧିକାରୀ ଆଲୋଚନା କରିଥିଲେ।

ଉକ୍ତ ମହିଳାଙ୍କ ସଂପୃକ୍ତି ଉପରେ ଯଥେଷ୍ଟ ପ୍ରମାଣ ନଥିବା ଯୋଗୁଁ ତଦନ୍ତ ଚାଲୁ ରହିଛି। ଏହା ସହିତ ତଦନ୍ତ ପରେ ଯାହାର ବି ସମ୍ପୃକ୍ତି ଅଛି ସମସ୍ତଙ୍କ ଉପରେ ୭ଦିନ ମଧ୍ୟରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରହିଛି।

Share This Article