ମହିଳାଙ୍କ ଗଳିତ ଶବ ଉଦ୍ଧାର

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୌରାଞ୍ଚଳ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପଛପଟ ବାରାହୀ ପାହାଡ଼ ବଣବୁଦା ମଧ୍ୟରୁ ଜନୈକା ମହିଳାଙ୍କ ଶବ ଉଦ୍ଧାର ହୋଇଛି। ପ୍ରଥମେ ମହିଳାଙ୍କ ଶବ ଚିହ୍ନଟ ହେଉନଥିଲା। କିନ୍ତୁ ଉକ୍ତ ମହିଳାଙ୍କ ପିନ୍ଧିଥିବା ଶାଢ଼ୀରୁ ତାର ପରିଚୟ ମିଳିଥିଲା।

ମୃତ ମହିଳାଙ୍କ ନିଜ ଘର ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କ୍ରୁପାସିନ୍ଧୁପୁର ଗ୍ରାମର ଲିଲି ନାୟକ ଓ ସେ ନିଜ ସ୍ବାମୀଙ୍କ ସହ ଏହି ୬ ନଂ ୱାର୍ଡରେ ଭଡ଼ା ଘରେ ରହୁଥିଲା। ଏହି ଗତ ୧୦ ଦିନ ହେଲା ନିଖୋଜ ଥିଲା। ଗତକାଲି ସନ୍ଧ୍ୟାରେ ଉକ୍ତ ପାହାଡକୁ କାମ କରିବାକୁ ଯାଇଥିବା କିଛି ଶ୍ରମିକ ଶ୍ରେଣୀର ଲୋକ ଦେଖି ସହରରେ ଆସି କହିବା ପରେ କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ପୋଲିସ କୁ ଜଣାଇଥିଲେ।

ପୋଲିସ ଓ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇବା ସହିତ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Share This Article