ମୋ ପୋଲିସ ପକ୍ଷରୁ ରେଢାଖୋଲ ଥାନା ଅଂଚଳରେ ସାଇବର ସୁରକ୍ଷା ସଚେତନତା ଅଭିଯାନ ଯାତ୍ରା

Odisha Hot News
1 Min Read

କନ୍ଦର୍ପ ବେହେରା
ରେଢ଼ାଖୋଲ: ଦିନକୁ ଦିନ ସାରା ଭାରତରେ ଜନସାଧାରଣ ସାଇଵର ଠକେଇର ଶିକାର ହେଉଛନ୍ତି। ଯା’ ଫଳରେ ଏ ସଂକ୍ରାନ୍ତରେ ଜନସଚେତନତା ସ୍ରୁଷ୍ଟି ପାଇଁ ସରକାର ପୋଲିସ୍ ବିଭାଗକୁ ଚିଠି କରିଛନ୍ତି।

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଂଚଳରେ ଏ ସଂପର୍କରେ ସାଇବର ସଚେତନତା କାର୍ଯ୍ୟ କ୍ରମ ଆୟୋଜିତ ହୋଇଛି। ରେଢାଖୋଲ ଥାନାର ଗାଁ ମାନଙ୍କରେ ସଚେତନତା ପାଇଁ ଓଡ଼ିଶା ସରକାର ଓ ମୋ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ସାଇବର ସୁରକ୍ଷା ଅଭିଯାନ ଯାତ୍ରା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ମୋଚିବାହାଳ ଗ୍ରାମ ପଞ୍ଚାୟତ ରୁ ଆରମ୍ଭ ହୋଇ ବଡ଼ମାଳ, ରେଙ୍ଗାଲି, ଚାରମାଳ, ଡ଼ଇଁଞ୍ଚା ଓ କଦଳିଗଡ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇ ଯାଇଛି।

ରେଢାଖୋଲ ସହରର ମହିଳା କଲେଜ, ଗୌରଚନ୍ଦ୍ର ହାଇସ୍କୁଲ , ଭୀମଭୋଇ କଲେଜ ଏଵଂ କଦମ୍ବ ପଡିଆରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରେଢ଼ାଖୋଲ ଏସଡିପିଓ ପ୍ରଶାନ୍ତ କୁମାର ମେହେର ଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ଅତିଥି ଭାବରେ ରେଢ଼ାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା ଯୋଗ ଦେଇଥିଲେ।

ସମ୍ମାନିତ ଅତିଥି ଭାବରେ ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଏନଏସି ଅଧ୍ୟକ୍ଷ ଶିବରାମ ସାହୁ, ରେଢ଼ାଖୋଲ ଥାନା ଅଧିକାରୀ ସବିତା ବାଳା ସେଠୀ, ଭୀମଭୋଇ କଲେଜ ଅଧ୍ୟାପକ ଅଞ୍ଜନ କୁମାର ମିଶ୍ର, ରବି ଚନ୍ଦ୍ର ସିଂ, ସାମ୍ବାଦିକ ରମାକାନ୍ତ ମହାନନ୍ଦ ଓ ପ୍ରଶାନ୍ତ ଭାଇନା ପ୍ରମୁଖ ମଞ୍ଚାସିନ ଥିଲେ।

Share This Article