ଆପଣ ପୁରୀ ଯାଉଛନ୍ତି କି ? ଧ୍ୟାନ ରଖନ୍ତୁ ଆଜି ଶ୍ରୀମନ୍ଦିର ୪ ଘଣ୍ଟା ପାଇଁ ବନ୍ଦ ରହିବ

Odisha Hot News
1 Min Read

ପୁରୀ: ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ଧରି ବନ୍ଦ ରହିବ। ହୋଇପାରିବ ନାହିଁ ମହାପ୍ରଭୃଙ୍କର ଦର୍ଶନ। କାରଣ ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ପ୍ରତିବର୍ଷ ଆଶ୍ବିନ କୃଷ୍ଣ ପକ୍ଷ ଷଷ୍ଠୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଥାଏ। ସେଥିପାଇଁ ଆଜି ସେହି ତିଥୀ ରହିଥିବାରୁ ଶ୍ରୀଜିୟୁଙ୍କ ଏହି ଗୁପ୍ତ ସେବା କରାଯିବ। ସେଥିପାଇଁ ଆଜି ଅପରାହ୍ମ ୫ଟାରୁ ରାତି ୯ଟା ଯାଏଁ ପ୍ରାୟ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଆଜି ପ୍ରଭୃଙ୍କୁ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ଏଥିରେ ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବାୟତ । ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଏହି ସେବା ଆରମ୍ଭ କରିବେ।

Share This Article