ଡିଏଭି ପୋଖରୀପୁଟରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

Odisha Hot News
1 Min Read

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଜନ୍ମତିଥି ୨ ଅକ୍ଟୋବର ୨୦୨୩ ପରିପ୍ରେକ୍ଷୀରେ ସ୍ବଚ୍ଛତା ହିଁ ସେବା ୧ ଅକ୍ଟୋବର ୨୦୨୩ ଦିବା ୧୦ ଘଟିକାରୁ ୧୧ଘଟିକା ପର୍ଯ୍ୟନ୍ତ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଡିଏଭି ପୋଖରୀପୁଟରେ ଆୟୋଜନ କରାଯାଇଥିଲା। ଏହି ସଫେଇ ଅଭିଯାନରେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ତଥା ଶତାଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ବିଦ୍ୟାଳୟର ଭିତର ଓ ବାହାର ପରିସରକୁ ସଫା କରାଯାଇଥିଲା। “ସ୍ୱଚ୍ଛ ଭାରତ ସୁସ୍ଥ ଭବିଷ୍ୟତ”, ଶ୍ରମଦାନ ଓ ଆବର୍ଜନାମୁକ୍ତ ଭାରତ ମହାଅଭିଯାନକୁ ସଫଳ କରିବାପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସଫଳ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। “ଏକ ତାରିଖ, ଏକ ଘଣ୍ଟା, ଏକ ସାଥ” ଶ୍ରମଦାନ ପାଇଁ ପଦକ୍ଷେପରେ ଅଂଶଗ୍ରହଣ କରି ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ସୁସ୍ଥ ପରିବେଶ ପାଇଁ ସ୍ଵଚ୍ଛତାର ଭୂମିକା ସମ୍ପର୍କରେ ବିଦ୍ୟାର୍ଥୀଙ୍କୁ ବୁଝାଇ କହିବା ସହ ସ୍ଵଚ୍ଛତା ପାଇଁ ଘଣ୍ଟାଏ ସମୟ ଉତ୍ସର୍ଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Share This Article