ମଦ ବେପାରୀର ଆକ୍ରୋଶର ଶୀକାର ହେଲେ ମହିଳା

Odisha Hot News
1 Min Read

କୁଜଙ୍ଗ: ଚୋରାମଦ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ଆକ୍ରୋଶର ଶୀକାର ହେଇଛନ୍ତି କୁଜଙ୍ଗ ଥାନା ବାଲିତୁଠ ପଂଚାୟତର ୱାର୍ଡ ସଭ୍ୟା ରାନୁ ସାମନ୍ତରାୟ। ଏ ନେଇ କୁଜଙ୍ଗ ଥାନାରେ ମହିଳା ଜଣଙ୍କ ଲିଖିତ ଅଭିଯୋଗ କରିବା ପରେ କୁଜଙ୍ଗ ପୋଲିସ ଚୋରାମଦ ବେପାରୀ ଅନିଲ ବେହେରା ଓ ତାର ସହଯୋଗୀ ବିରଂଚି ନାରାୟଣ ବେଗ୍‌କୁ ଉଠାଇଆଣି ପଚରାଉଚରା କରୁଥିବା ଜଣାପଡିଛି।

ସୂଚନାଯୋଗ୍ୟ ବାଲିତୁଠ ଅଂଚଳରେ ଦୀର୍ଘଦିନ ଧରି ଅନିଲ ଏକ ଭେରାଇଟ୍ ଷ୍ଟୋର କରି ସେଥିରେ ଚୋରା ମଦ କାରବାର କରିଆସୁଥିଲା। ସ୍ଥାନିୟ ଅଂଚଳବାସୀ ଅଭିଯୋଗ କଲେ ମଧ୍ୟ ତତ୍କାଳୀନ ଥାନା ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ କରି ନଥିଲେ। ମାତ୍ର କୁଜଙ୍ଗ ଥାନାରେ ଗତମାସରେ ନୂତନ ଥାନାଅଧିକାରୀ ଭାବେ ରଂଶ୍ମୀରଞ୍ଜନ ଦାଶ ଯୋଗଦେବା ପରେ ସ୍ଥାନିୟ ବାଲିତୁଠ ଅଂଚଳରେ ‘ଆମ ପୋଲିସ୍‌’ କାର୍ଯ୍ୟକ୍ରମ କରିଥିଲେ। ସେଠାରେ ସ୍ଥାନିୟ ଅଂଚଳରେ କିଛି ବ୍ୟକ୍ତି ଚୋରା ମଦ ବ୍ୟବସାୟ କରୁଥିବା ନେଇ ମହିଳା ୱାର୍ଡ଼ ସଭ୍ୟା ସମେତ କିଛି ମହିଳା ଥାନା ଅଧିକାରୀଙ୍କ ଦୃଷ୍ଟି ଗୋଚରକୁ ଆଣିଥିଲେ। ଥାନା ଅଧିକାରୀ ଘଟଣା ସଂପର୍କରେ ଅବଗତ ହେବା ପରେ ଛଦ୍ମବେଶରେ ଅନିଲ୍‌ର ଦୋକାନରେ ଚଢ଼ାଉ କରି ୩୬ ଲିଟର ମଦ ଜବତ କରିଥିଲେ।

ଏହି ଘଟଣାରେ ଅନିଲ ଜେଲ୍ ଯାଇଥିଲା। ଜେଲ୍‌ରୁ ଫେରିବା ପରେ ଗତକାଲି ରାତିରେ ଅନିଲ୍ ଓ ତାହାର ସହଯୋଗୀ ବିରଂଚି ଆକ୍ରୋଶ ମୂଳକ ଭାବେ ଉକ୍ତ ମହିଳା ୱାର୍ଡ ସଭ୍ୟାଙ୍କୁ ଗାଳିଗୁଲଜ ସହିତ ଆକ୍ରମଣ କରିଥିଲା। ଉକ୍ତ ମହିଳା ଜଣଙ୍କ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏହି ଘଟଣାରେ ଆଜି କୁଜଙ୍ଗ ପୋଲିସ୍ କେସ୍ ନଂ-୪୩୧/୨୩ରେ ମାମଲା ରୁ୍‌ଜୁ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ରଂଶ୍ମୀରଞ୍ଜନ ଦାଶ ପ୍ରକାଶ କରିଛନ୍ତି।

Share This Article