ଗାଡ଼ିଆ ଭିତରୁ ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ବନ୍ଧାଗୁଡା ପଞ୍ଚାୟତ ଲକ୍ଷ୍ମୀ ନ୍ରୁସିଂହ ପୁର ଗ୍ରାମର ସୁର୍ଯ୍ୟ ଗୌଡ଼ ନାମକ ଜଣେ ଯୁବକଙ୍କ ଶବ ଗାଁ ଗାଡିଆରୁ ଉଦ୍ଧାର ହୋଇଛି।

ଆଜି ସକାଳୁ ସୁର୍ଯ୍ୟ ବାହାରକୁ ଘରକୁ ନ ଫେରିବାରୁ ପରିବାର ଲୋକେ ଗାଁ ଲୋକଙ୍କ ସହ ମିଶି ବହୁତ ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ପରବର୍ତ୍ତୀ ସମୟରେ କିଛି ଲୋକ ଗାଁର ଜଙ୍ଗଲ ନିକଟ ଏକ ଗାଡ଼ିଆରେ ଶବ ଭାସୁଥିବା ଦେଖି ଶେରଗଡ଼ ପୋଲିସକୁ ଖବର ଦେଇଥିଲେ। ପୋଲିସ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି।

ଅନ୍ୟ ପକ୍ଷରେ ପରିବାର ଲୋକେ ତାଙ୍କ ପୁଅକୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share This Article