ଅଟୋ ସହ ଧଳା ଜହର ଜବତ୍, ଦୁଇ ଅଟକ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ଆଜି ବିଜିପୁର ସନ୍ତୋଷୀ ମାଁ ମନ୍ଦିର ନିକଟରୁ ଧଳା ଜହର ଜବତ କରିଛି। ଏହି ମାମଲାରେ ଦୁଇଜଣ ଧଳା ଜହର ବେପାରୀଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ବିଜିପୁର ସନ୍ତୋଷୀ ମାଁ ମନ୍ଦିର ନିକଟରେ ଦୁଇ ଜଣ ଯୁବକ ଧଳା ଜହର ଧରି ବିକ୍ରି ପାଇଁ ଅପେକ୍ଷା କରିଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନୀରିକ୍ଷକ ଗୀତାଞ୍ଜଳି ସାହୁଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣ ଯୁବକଙ୍କୁ କାବୁ କରିଥିଲା। ତଲାସୀ ନେବା ବେଳେ ତାଙ୍କ ଠାରୁ ୪୭ ଗ୍ରାମ ଧଳା ଜହର, ଗୋଟିଏ ଅଟୋ ଓ ନଗଦ ଦୁଇ ହଜାର ୪ ଶହ ଟଙ୍କା ଜବତ କରାଯାଇଥିଲା।

ଜବତ ଧଳା ଜହର, ଅଟୋ ଓ ନଗଦ ଟଙ୍କା ସମୁଦାୟ ୫ ଲକ୍ଷ ହେବ ବୋଲି ନୀରିକ୍ଷକଙ୍କ ଠାରୁ ପ୍ରକାଶ। ଏହି ଧଳା ଜହର କେଉଁଠାରୁ ଆସୁଛି, ତା ଉପରେ ଅନୁସନ୍ଧାନ ଚାଲିଛି ବୋଲି ନୀରିକ୍ଷକ କହିଛନ୍ତି।

Share This Article