ଭିଡ଼ ହିଂସାରେ ସାମିଲ ବ୍ୟକ୍ତିଙ୍କୁ କଠୋର ଦଣ୍ଡବିଧାନ ପାଇଁ ଓଡିଶା ପୋଲିସର ପଦକ୍ଷେପ

Odisha Hot News
1 Min Read

ଭୁବନେଶ୍ୱର: ଭିଡ଼ ହିଂସାରୁ ନିବୃତ୍ତ ରହିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ପ୍ରେସ୍‌ ବିବୃତ୍ତି ମାଧ୍ୟମରେ ଏକ ସଚେତନତା ବାର୍ତ୍ତା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟ ତେହେସିନ୍‌ ଏସ୍‌ ପୁନାୱାଲା ବନାମ ଭାରତ ସରକାର ମୋକଦ୍ଦମାର ବିଚାର ସମୟରେ ସମସ୍ତ ପକ୍ଷମାନଙ୍କ ଶୁଣାଣି କରି ୨୦୧୮ ସେପେଫମ୍ବର ୨୪ ତାରିଖ ଦିନ ରାୟରେ ପ୍ରକାଶ କରିଛନ୍ତି ଯେ ଭିଡ଼ ହିଂସା ଏକ ଅପରାଧ ଓ ସେଥିରେ ଭାଗ ନେଉଥିବା ଯେକୌଣସି ବ୍ୟକ୍ତିଙ୍କୁ କଠୋରରୁ କଠୋରତମ ଦଣ୍ଡ ବିଧାନ କରାଯିବ।

ଜଣଙ୍କର ଅପରାଧ ପାଇଁ ଦଳ ଓ ଷଡ଼ଯନ୍ତ୍ରରେ ଭାଗ ନେଉଥିବା ସମସ୍ତ ବ୍ୟକ୍ତି ଆଇନ ଅନୁଯାୟୀ ଦଣ୍ଡନୀୟ ହେବେ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପୁଲିସ ତରଫରୁ ରାଜ୍ୟ ତଥା ଦେଶର ଜନସାଧାରଣଙ୍କୁ କୌଣସି ପ୍ରକାଶ ଭିଡ଼ ହିଂସାରେ ଭାଗ ନ ନେବା ପାଇଁ କୁହାଯାଇଛି ।

Share This Article