ବିଏସଏନଏଲ ଓଡିଶା ପରିମଣ୍ଡଳରେ ହିନ୍ଦୀ ପକ୍ଷ ଉଦଘାଟିତ

Odisha Hot News
1 Min Read

ଭୁବନେଶ୍ୱର: ବିଏସଏନଏଲ ଓଡିଶା ଦୂରସଞ୍ଚାର ପରିମଣ୍ଡଳ ଦ୍ୱାରା ଆଜି ବିଏସଏନଏଲ ଭବନ ସମ୍ମିଳନୀ କକ୍ଷରେ ହିନ୍ଦୀ ପକ୍ଷ-୨୦୨୩ ଉଦଘାଟିତ ହୋଇଯାଇଛି।

ଓଡିଶା ଦୂରସଞ୍ଚାର ପରିମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ ରୁଦ୍ର ନାରାୟଣ ପଲାଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ପ୍ରଧାନ ମହାପ୍ରବନ୍ଧକ ଦୁଷ୍ମନ୍ତ କୁମାର ବେହେରା, ଶଶିଦେବ ଦୁର୍ଗା, ବରିଷ୍ଠ ମହାପ୍ରବନ୍ଧକ ପ୍ରଶାନ୍ତ କୁମାର ମହାପାତ୍ର, ସଞ୍ଜୟ କୁମାର ଗୁପ୍ତା, ଗୁରୁଦାସ ମେହେର, ବିଜୟ କୁମାର ବେହେରା, ମୁଖ୍ୟ ଯନ୍ତ୍ରୀ (ବୈଦ୍ୟୁତିକ) ଗଜେନ୍ଦ୍ର କୁମାର ଯାଦବ, ମୁଖ୍ୟ ଯନ୍ତ୍ରୀ (ସିଭିଲ୍), ପ୍ରଦୀପ କୁମାର ମଲ୍ଲିକ, ଅନ୍ତରୀଣ ଅର୍ଥ ପରାମର୍ଶଦାତା, ହମ୍ବେ ହେମ୍ବ୍ରମ, ଉପମହାପ୍ରବନ୍ଧକ (ଭିଜିଲାନ୍ସ) କେ.ସି. ପତି ଏବଂ ଓଡିଶା ଦୂରସଞ୍ଚାର ପରିମଣ୍ଡଳରେ ସମସ୍ତ ଅନୁଭାଗ  ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।

ହିନ୍ଦୀ ଅନୁବାଦକ ହିନ୍ଦୀ ପକ୍ଷ ଅବସରରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ହିନ୍ଦୀ ପ୍ରତିଯୋଗିତା ଗୁଡିକ ବିଷୟରେ ସୂଚନା ଦେଇଥିଲେ।

ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ପଲାଇ ଉପସ୍ଥିତ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ହିନ୍ଦୀ ପକ୍ଷ ଅବସରରେ ଆୟୋଜିତ ହେବାକୁ ଥିବା ସମସ୍ତ ପ୍ରତିଯୋଗିତାରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ସେମାନଙ୍କ ପିଲାମାନଙ୍କୁ ମଧ୍ୟ ହିନ୍ଦୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ଦେବାକୁ କହିଥିଲେ। ହିନ୍ଦୀ ପକ୍ଷ ସମାରୋହକୁ ସଫଳ କରିବା ସହିତ ରାଜଭାଷା ହିନ୍ଦୀର ପ୍ରଗତି ପାଇଁ ଯୋଗଦାନ ଦେବାକୁ ସେ ଆହ୍ୱାନ କରିଥିଲେ। ସରକାରୀ କାର୍ଯ୍ୟରେ ଓ ସରକାରୀ ସ୍ତରରେ ହିନ୍ଦୀର ପ୍ରୟୋଗ ମାତ୍ରାକୁ ଆଗେଇ ନେବାକୁ ସେ ଦୂରସଞ୍ଚାର କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଅନୁରୋଧ କରିଥିଲେ।

Share This Article