ନିଖୋଜ ଯୁବତୀ ଉଦ୍ଧାର: ପରିବାର ଲୋକଙ୍କ ଉପରେ ଆଣିଲେ ଗୁରୁତର ଅଭିଯୋଗ

Odisha Hot News
1 Min Read

କୁଜଙ୍ଗ: କୁଜଙ୍ଗ ଥାନା ବଡ଼ବାଲିକଣି ଗ୍ରାମର ଜନୈକା ଯୁବତୀକୁ କେହି ଦୁର୍ବୃତ୍ତ ଅପହରଣ କରିନେଇଥିବା ଥାନାରେ ନିଖୋଜ ଯୁବତୀର ପିତା ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ କେସ୍ ନଂ ୬୫/୨୩ ରେ ମାମଲା ରୁଜ୍ଜୁ କରି ଘଟଣାର ଛାନ୍‌ବିନ୍ ଜାରି ରଖିଥିଲା। ଗତକାଲି ନିଖୋଜ ଥିବା ଯୁବତୀକୁ ପୋଲିସ୍ ଜିଲ୍ଲା ବାହାରୁ ଉଦ୍ଧାର କରିଥିବାବେଳେ ତା ସାଂଗରେ ତାଙ୍କର ପୁରୁଷ ବନ୍ଧୁଙ୍କୁ ଉଠାଇ ଆଣିଥିଲା।

ଘଟଣା ସଂପର୍କରେ ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶ ଯୁବତୀକୁ ପଚରାପଚରି ପରେ ଯୁବତୀ ଜଣଙ୍କ ବୟାନରେ ତାକୁ କେହି ଅପହରଣ କରିନାହାନ୍ତି ବୋଲି କହିବା ସହିତ ସେ ତାର ସ୍ୱ-ଇଚ୍ଛାରେ ପୁରୁଷ ବନ୍ଧୁଙ୍କ ସହିତ ଯାଇଥିଲେ ଓ ତାଙ୍କୁ ସେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି କହିଥିଲେ। ମାତ୍ର ଯୁବତୀର ବାପା ଓ ମା ବଳପୂର୍ବକ ଭାବେ ଥାନା ପରିସରରେ ଯୁବତୀକୁ ଘରକୁ ନେଇଯିବାକୁ ଚେଷ୍ଟା କରୁଥିଲେ। ଯୁବତୀ ତାର ସ୍ୱଇଚ୍ଛାରେ ବିବାହ କରିପାରିବ ବୋଲି ଥାନା ଅଧିକାରୀ କହିବା ପରେ ପରିବେଶ ଶାନ୍ତ ପଡିଥିଲା।

ଅନ୍ୟ ପକ୍ଷରେ ଯୁବତୀ ପାଲଟା ଅଭିଯୋଗ କରିଛନ୍ତି ଯେ ମୋ ଜୀବନ ପ୍ରତି ବିପଦ ରହିଛି। ମୋତେ ମୋ ବାପା ମା ମାରିଦେବେ ବୋଲି ଧମକ ଦେଇଛନ୍ତି ତେଣୁ ଆମକୁ ସୁରକ୍ଷା ପ୍ରଦାନ କରିବାକୁ ଥାନା ଅଧିକାରୀଙ୍କ ନିକଟରେ ନିବେଦନ କରିଥିଲେ।

Share This Article