ସମ୍ମମ୍‌ରେ ପ୍ରଥମ ଜାତୀୟ ମେଡିକାଲ୍ ରେକର୍ଡ୍ସ ଦିବସ ପାଳିତ

Odisha Hot News
1 Min Read

ଭୁବନେଶ୍ୱର: ସ୍ଥାନୀୟ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆଜି ପ୍ରଥମ ଜାତୀୟ ମେଡିକାଲ୍ ରେକର୍ଡ୍ସ ଦିବସ ପାଳିତ ହୋଇଯାଇଛି।

ଚଳିତ ବର୍ଷ ହେଲ୍‌ଥ ରେକର୍ଡ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ମେଡିକାଲ୍ ରେକର୍ଡ୍ସକୁ ଅଧିକ ଗୁରୁତ୍ୱ ଦିଆଯିବା ପରିପ୍ରେକ୍ଷୀରେ ସାରା ଦେଶରେ ଏହି ଦିବସ ପାଳନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡ.) ବିରାଜ ମୋହନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମେଡିକାଲ୍ ସୁପରିଟେଣ୍ଡେଂଟ ଡ. ପି.କେ. ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ହସ୍ପିଟାଲ୍‌ର ସମସ୍ତ ବିଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ।

ସମ୍ମମ୍‌ର ମେଡିକାଲ୍ ରେକର୍ଡ୍ସ ବିଭାଗର ମୁଖ୍ୟ ଡ. ମାନସ ରଞ୍ଜନ ସେଠୀ ନିଜ ବକ୍ତବ୍ୟରେ କହିଥିଲେ ଯେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ପ୍ରଶାସନିକ ବ୍ୟବସ୍ଥାର ମେଡିକାଲ୍ ରେକର୍ଡ୍ସ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ। ତେଣୁ ଏହି ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ କଷ୍ଟସାଧ୍ୟ ପ୍ରୟାସକୁ ପ୍ରଶଂସା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମେଡିକାଲ୍ ରେକର୍ଡ୍ସ ବିଭାଗର ଅବଦାନ ଖୁବ୍ ଅଧିକ। ପ୍ରଶାସନିକ ବ୍ୟବସ୍ଥା ର ପରିଚାଳନାଠାରୁ ରୋଗୀମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ମେଡିକାଲ୍ ରେକର୍ଡ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ତେଣୁ ଆମେ ଆମର ବ୍ୟସ୍ତବହୁଳ ଜୀବନରୁ ବାହାରି ଏହି ପରଦା ପଛର ନାୟକମାନଙ୍କୁ ପ୍ରଶଂସା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଏହି ଅବସରରେ ଏକ କେକ୍ କଟିଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା।

Share This Article