ଓଡିଶାରେ ନିଯୁକ୍ତି ହେବେ ୨୦ ହଜାର ପ୍ରାଥମିକ ଶିକ୍ଷକ, ଜାଣନ୍ତୁ କେମିତି କରିବେ ଆବେଦନ

Odisha Hot News
1 Min Read

ଭୁବନେଶ୍ବର: ସ୍କୁଲ ଓ ଗଣଶିକ୍ଷା ବିଭାଗ ରାଜ୍ୟର ଶିକ୍ଷକ ଅଭାବ ପୂରଣ ପାଇଁ ନେଇଛି ଏକ ବଡ ପଦକ୍ଷେପ। ସେହି ଅନୁସାରେ ରାଜ୍ୟରେ ଏକାଥରେ ନିଯୁକ୍ତ ହେବେ ୨୦ ହଜାର ପ୍ରାଥମିକ ଶିକ୍ଷକ। ସେ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀ ପାଇଁ ଆସନ୍ତା ୧୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଅକ୍ଟୋବର ୧୦, ଆବେଦନ କରିବାର ଶେଷ ତାରିଖ ରଖାଯାଇଛି।

ଏ ସଂପର୍କରେ ଓସେପା ୱେବସାଇଟ୍‌ https://osepa.odisha.gov.in ରେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ କିପରି ଆବେଦନ କରାଯିବ ତାହାର ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଛି। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନ୍‌ଲାଇନ୍‌ରେ କରାଯିବ। କମ୍ପ୍ୟୁଟର ବେସଡ୍ ଟେଷ୍ଟ ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ପ୍ରାର୍ଥୀ ଚୟନ କରାଯିବ।

ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ଅନୁସାରେ ଜିଲ୍ଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଓସେପା ୱେବସାଇଟ୍‌ରେ ନିଯୁକ୍ତି ସମ୍ବନ୍ଧୀତ ସମସ୍ତ ତଥ୍ୟ ପ୍ରଦାନ କରାଯିବ। ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟାରେ ସମସ୍ୟା ହେଲେ ହେଲ୍ପଡେସ୍କ୍‌ ନମ୍ବର ୭୩୫୩୯୨୭୭୭୯ ରେ ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ଯୋଗାଯୋଗ କରିପାରିବେ।

Share This Article