“ଏଇ ଆମ ପ୍ରେମ କାହାଣୀ” ଓଡ଼ିଆ ଚଳଚ୍ଚିତ୍ର ର ଫାଷ୍ଟ ଲୁକ୍ ଲୋକାର୍ପଣ

Odisha Hot News
1 Min Read

ଭୁବନେଶ୍ଵର: ଉଦୟ ସେଠୀ ଫିଲ୍ମସ ଓ ସନ୍ ମ୍ୟୁଜିକ ର ମିଳିତ ପ୍ରଯୋଜନାରେ ଖୁବ୍ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଥିବା ନୂଆ ଓଡିଆ ସିନେମା “ଏଇ ଆମ ପ୍ରେମ କାହାଣୀ” (ଯାହାର ଟ୍ୟାଗ ଲାଇନ୍ ରହିଛି “ଭିଡ଼ ଭିତରୁ ଅଲଗା, କିଛି ନିଆରା”) ର ଫାଷ୍ଟ ଲୁକ୍ ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲରେ ଲୋକାର୍ପଣ ହୋଇଯାଇଛି।

ଏହି ଅବସରରେ ଏକାଧାରରେ କାହାଣୀ, ଚିତ୍ରନାଟ୍ୟ, ଗୀତ ଓ ସଂଳାପ ରଚନା କରିଥିବା ଆଗ ଧାଡ଼ିର ଗୀତିକାର ତଥା ପ୍ରଯୋଜକ ଶ୍ରୀକାନ୍ତ ଗୌତମ, ଚିତ୍ର ଗ୍ରହଣ, ସମ୍ପାଦନା ଓ ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ରବିନ୍ଦ୍ର କୁମାର ପ୍ରଧାନ, ପ୍ରଯୋଜକ ଉଦୟ ଶଙ୍କର ସେଠୀ, ସହ ପ୍ରଯୋଜକ ସଞ୍ଜୟ କୁମାର ରାଉତ, ଅଭିନେତା ଶ୍ରୀତମ ଦାସ, ନୀଳମଣି ସାହୁ, ଅଭିନେତ୍ରୀ ଚୁଲବୁଲି ଙ୍କ ସମେତ ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଚଳଚ୍ଚିତ୍ରର ନାୟକ ଭୂମିକାରେ ଅଭିଷେକ ରଥ ଏବଂ ନାୟିକା ଚୁଲବୁଲି ଅଛନ୍ତି।  ତାଙ୍କ ସହିତ ଅନ୍ୟାନ୍ୟ ଚରିତ୍ର ରେ ଅଶ୍ରୁ୍ମୋଚନ ମହାନ୍ତି, ଶ୍ରୀତମ ଦାସ, ନୀଳମଣି ସାହୁ ଓ ସୁମନ ମହାରଣା ଅଛନ୍ତି। ଚଳଚ୍ଚିତ୍ର ର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ରେ ଅଛନ୍ତି ଚନ୍ଦନ କୁମାର।

ବର୍ତ୍ତମାନ ର ସୁ-ନାମଧନ୍ୟ ଗାୟକ କ୍ରିଷ୍ଣା ବେଉରା, ହ୍ୟୁମାନ ସାଗର ଏବଂ
ଗାୟିକା ଅସୀମା ପଣ୍ଡା ସମସ୍ତ ଗୀତ କଣ୍ଠଦାନ କରିଛନ୍ତି।

ଚଳଚ୍ଚିତ୍ର “ଏଇ ଆମ ପ୍ରେମ କାହାଣୀ” ର ଡିଷ୍ଟ୍ରିବ୍ୟୁସନ୍ ଦାୟିତ୍ୱ ନେଇଛନ୍ତି ସନ୍ ମ୍ୟୁଜିକ। ସେଇଭଳି ଡିଜିଟାଲ ପାର୍ଟନର ଅଛନ୍ତି ସନ୍ ଗୀତ୍ ଷ୍ଟୁଡିଓ।

ତେବେ ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ଏଇ ଆମ ପ୍ରେମ କାହାଣୀ ବେଶ ଲୋକାଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶାବାଦୀ।

Share This Article