ପୂର୍ବତନ ପାରିଷଦ ପ୍ରଣୟ ହେଲେ ଭଦ୍ରକ ପୌରପାଳିକାର ସାଂସଦଙ୍କ ପ୍ରତିନିଧି

Odisha Hot News
1 Min Read

ଭଦ୍ରକ: ଭଦ୍ରକ ପୌରପାଳିକାର ପୂର୍ବତନ ପାରିଷଦ ପ୍ରଣୟ କୁମାର ଦାସଙ୍କୁ ଭଦ୍ରକ ପୌରପାଳିକାର ସାଂସଦଙ୍କ ପ୍ରତିନିଧି ଭାବେ ନିଯୁକ୍ତି ମିଳିଛି । ଏ ସଂପର୍କରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଭଦ୍ରକ ଜିଲାପାଳଙ୍କୁ ପତ୍ର ନଂ ୬୧/ଏମ୍‌ପି/ଡିସି/୨୨(୨), ତା ୦୮.୦୪.୨୦୨୨ ରିଖ ମୂଳେ ଏହି ପତ୍ର ପାଇବା ଦିନଠାରୁ ଶ୍ରୀ ଦାସ ପୌରପାଳିକାର ସମସ୍ତ ବୈଠକରେ ସାଂସଦଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବେ । ଏହାର ଏକକିତା ନକଲ ମଧ୍ୟ ଭଦ୍ରକ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ପ୍ରେରଣ କରାଯାଇ ଏ ଦିଗରେ ସେ ଉଚିତ୍ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ହୋଇଛି । ସାଂସଦଙ୍କ ପୌରପାଳିକା ପ୍ରତିନିଧି ଭାବେ ନିଯୁକ୍ତି ପାଇଥିବାରୁ ଶ୍ରୀ ଦାସ ସାଂସଦ ଶ୍ରୀମତୀ ମଣ୍ଡଳଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Share This Article