ଦୁର୍ଘଟଣା ଘଟାଇ ଫେରାର୍ ଥିବା କାର ଚାଳକ ଗିରଫ

Odisha Hot News
1 Min Read

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ଅନ୍ତର୍ଗତ ଫାଶି ରାସ୍ତା ରେ ଦୁର୍ଘଟଣା ଘଟାଇ ଫେରାଇ ଥିବା କାର୍ ଚାଳକ ପୋଲସରାର ଶ୍ରୀକାନ୍ତ କୁମାର ଡାଙ୍ଗୁଆ ଏବଂ ସେ ଜଣେ ଗଞ୍ଜେଇ ବ୍ୟବସାୟୀ ବୋଲି ଥାନା ଅଧିକାରୀ ଉମାକାନ୍ତ ସାହୁ ପ୍ରକାଶ କରିଛନ୍ତି। ଏଥିସହିତ ଶୁକ୍ରବାର ଦିନ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପ୍ରକାଶ କରିଛନ୍ତି।

ସି ସି ଟିଭି ଫୁଟେଜ ଆଧାର ରେ ଶ୍ରୀକାନ୍ତ କୁ ପୋଲିସ ଧରିଛି। ସୂଚନା ମୁତାବକ ଗତ ଗୁରୁବାର ଦିନ କାର୍ ଦୁର୍ଘଟଣା ରେ ସୁନିତା ପରିଡା ନାମକ ଜଣେ ୨୫ ବର୍ଷୀୟା ମହିଳା ମୃତ୍ୟୁ ବରଣ କରିଥିଲେ।

Share This Article