ନାଚୁଣୀ ମନ୍ନପୁରମ ଗୋଲଡ଼ ଲୋନ ସଂସ୍ଥାରୁ ସୁନା ଠକେଇ ମାମଲା: ଅଭିଯୁକ୍ତ ଶାଖା ପ୍ରବନ୍ଧକଙ୍କୁ ଜେଲ ଦଣ୍ଡାଦେଶ

Odisha Hot News
1 Min Read

ନାଚୁଣୀ (ସୀତାରାମ ଅଗ୍ରୱାଲ): ଏକ ଘରୋଇ ସୁନା ବନ୍ଧକ ଶାଖାରେ ନକଲି ସୁନା ବନ୍ଧକ ରଖି ଜନସାଧାରଣଙ୍କ ଅସଲି ସୁନା ହଡ଼ପ ମାମଲାରେ ଅଭିଯୁକ୍ତ ଥିବା ଉକ୍ତ ଶାଖା ପ୍ରବନ୍ଧକଙ୍କୁ ଆଜି ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବାଣପୁର ଜେଏମଏଫସି କୋର୍ଟ। ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମନ୍ନପୁରମ ଗୋଲଡ଼ ଲୋନ ଶାଖା ପ୍ରବନ୍ଧକ ସଚିନ ପ୍ରବନ୍ଧକ ସଚିନ ପ୍ରଧାନ ଗତ ବର୍ଷ ଫେବୃୟାରୀ ୧୯ ତାରିଖରେ ଉକ୍ତ ଶାଖାରେ ବନ୍ଧକ ଥିବା ସୁନା ଜିନିଷ ହଡପ କରି ନକଲି ସୁନା ବନ୍ଧକ ରଖି ବିଭିନ୍ନ ଲୋକଙ୍କ ନାମରେ ମିଥ୍ୟା କାଗଜପତ୍ରରେ ସୁନା ଋଣ କରି ଟଙ୍କା ଜାଲିଆତି ଘଟଣାରେ ଗିରଫ ହୋଇଥିଲେ।

ଏହି ପରିପ୍ରେକ୍ଷୀରେ ବାଣପୁର ଜେଏମଏଫସି କୋର୍ଟରେ ଜିଆର କେସ ନମ୍ବର ୭୩/୨୨, ଆଇପିସି ଦଫା ୪୦୯, ୪୨୦, ୪୬୫, ୪୬୭, ୪୬୮, ୪୭୧, ୩୪ ରେ ଏକ ମୋକଦ୍ଦମା ରୁଜୁ କରାଯାଇ ଏହାର ବିଚାର ପ୍ରକ୍ରିୟା ଜାରି ରହିଥିଲା। ଅଭିଯୁକ୍ତ ସଚିନ ଗତ ବର୍ଷ ମାର୍ଚ୍ଚ ୨ ତାରିଖରୁ ଜେଲରେ ରହିଥିବା ବେଳେ ଇତି ମଧ୍ୟରେ ୧୪ ଜଣଙ୍କ ସାଖ୍ୟ ପ୍ରମାଣକୁ ଭିତ୍ତି କରି ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ ଦଫା ୪୦୯ ଓ ୪୭୧ ରେ ଅଭିଯୁକ୍ତଙ୍କୁ ଆଜି ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଭରିବା ରାୟ ପ୍ରକାଶ କରିଛନ୍ତି। ଏବଂ ଜରିମାନା ଅନାଦେୟ ହେଲେ ଆଉ ଏକ ମାସ
କାରାଦଣ୍ଡ ଦଣ୍ଡାଦେଶ ରହିଛି।

ଉକ୍ତ ମୋକଦ୍ଦମାକୁ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ଜଳଧର ପ୍ରଧାନ ଓ ପ୍ରାଚୀପ୍ରଭା ନନ୍ଦ ପରିଚାଳନା କରୁଥିବା ବେଳେ ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିପ୍ଳବ କୁମାର ମୁଦୁଲି ପରିଚାଳନା କରୁଥିଲେ।

Share This Article