ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ନେଇ ସମୀକ୍ଷା । ଓଡିଶା ଲୋକସେବା ଭବନରେ ସମୀକ୍ଷା ବୈଠକ । ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ଆଲୋଚନା । ଭିଡିଓ କନ୍ଫରେନ୍ସି ଜରିଆରେ ସମୀକ୍ଷା ବୈଠକ । ଏହି ସମୀକ୍ଷା ବୈଠକରେ ଓଡିଶା ସ୍ୱାସ୍ଥ୍ୟ ସଚିବ,ଗୃହ ସତିବ ଓ ପୋଲିସ ଡିଜି ଉପସ୍ଥତି ହୋଇଛନ୍ତି ।
ରାଜ୍ୟରେ କରୋନା ସ୍ଥିତି ଓ ଲକ୍ଡାଉନ୍ର ସମୀକ୍ଷା କରାଯାଉଛି । ଏନେଇ କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଭିଡିଓ କନ୍ଫେରନ୍ସି ଜରିଆରେ ସମୀକ୍ଷା ବୈଠକ । ତେବେ ସୂଚନାନୁସାରେ ବୈଠକରେ କିଛି ଦିଗ ଉପରେ ଆଲୋଚନା ହୋଇଛି । ଯେପରି ଚିକିତ୍ସା ପାଇଁ ବ୍ୟବହୃତ କିଟ୍ କିପରି ରାଜ୍ୟକୁ ଅଧିକ ପରିମାଣରେ ଆସପାରିବ ସେନେଇ ଆଲୋଚନା ହୋଇଥିବା ଜଣାପଡିଛି । ସେହିପରି ପ୍ରବାସୀ ଶ୍ରମିକ ଓ ଅତ୍ୟାବଶକୀୟ ସାମଗ୍ରୀର ଦରଦାମ୍ ବୃଦ୍ଧି ନେଇ ମଧ୍ୟ ଆଲୋଚନା ହୋଇଥିବା ସୂଚନା ରହିଛି । ତେବେ ରାଜ୍ୟର କରୋନା ସ୍ଥିତି ନେଇ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ।